ପ୍ରଧାନମନ୍ତ୍ରୀଙ୍କ ମହତ୍ୱପୂର୍ଣ୍ଣ ବାର୍ତା ଦେଶବାସୀଙ୍କୁ କରୋନା ବିରୋଧରେ ଲଢ଼ିବାକୁ ଅଧିକ ବଳ ଦେବ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଇଥିବା ବାର୍ତା ୧୩୦କୋଟି ଭାରତୀୟଙ୍କୁ କରୋନା ମହାମାରୀ ବିରୋଧରେ ଲଢ଼ିବାକୁ ଅଧିକ ବଳ ଦେବ । ୫ ତାରିଖ  ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜ ଘରୋ ସାମାଜିକ ଦୂରତାକୁ ପାଳନ କରିବା ସହ ଘରର ଲାଇଟକୁ ବନ୍ଦ କରି ମହମବତୀ, ଦୀପ, ମୋବାଇଲ କିମ୍ବା ଟର୍ଚ୍ଚର ଲାଇଟ୍ ଜାଳିବା ଆହ୍ୱାନକୁ ପାଳନ କରିବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୩୦ କୋଟି ଦେଶବାସୀ ଘରେ ରହି ୫ ଏପ୍ରିଲ ରାତି ୯ଟାରେ କରୋନାକୁ ଅନ୍ଧକାରର ଚ୍ୟାଲେଞ୍ଜ ଦେବା ଏବଂ ଆମର ଶକ୍ତିର ପରିଚୟ ଦେବା ପାଇଁ ଆହ୍ୱାନ କରିଛନ୍ତି ।

ସେ କହିଛନ୍ତି ଯେ, ଯେଉଁ ଅନୁଶାସନ ଏବଂ ସେବା ଭାବରେ ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବିଶ୍ୱ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ତାହା ଅତୁଳନୀୟ । ଦେଶବାସୀଙ୍କ ସଂଯମ, ସଂକଳ୍ପ ଏବଂ ସାମୂହିକ ଶକ୍ତି ନିଶ୍ଚିତ ରୂପେ ଏହି ବିଶ୍ୱ ଚ୍ୟାଲେଞ୍ଜ ଉପରେ ଭାରତର ବିଜୟ ମାର୍ଗ ପ୍ରଶସ୍ତ କରିବ ।

ତେଣୁ ସମସ୍ତେ ଏହି ରବିବାର  ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜର ଘରେ ସାମାଜିକ ଦୂରତାକୁ ପାଳନ କରିବା ସହ ଘରର ଲାଇଟକୁ ବନ୍ଦ କରି ମହମବତୀ, ଦୀପ, ମୋବାଇଲ କିମ୍ବା ଟର୍ଚ୍ଚର ଲାଇଟ୍ ଜାଳି କରୋନା ମହାମାରୀ ବିରୋଧରେ ୧୩୦କୋଟି ଭାରତୀୟ ଏକଜୁଟ, ସାମୂହିକ ସଂକଳ୍ପ ଏବଂ ମହାଶକ୍ତି ପ୍ରତୀକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ।

Spread the love