ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଆଜି ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୫ କରୋନା ଆକ୍ରାନ୍ତ । ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଓ ପୁରୀରୁ ଏମାନେ ଚିହ୍ନଟ ହୋଇଥିବା ସୂଚନା ପ୍ରଦାନ କରିଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଦିନରେ ଏତେ କରୋନା ଆକ୍ରାନ୍ତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ସୂଚନା ଅନୁଯାୟୀ, ସବୁଠାରୁ ଅଧିକ ଆକ୍ରାନ୍ତ ସୂର୍ଯ୍ୟନଗର ର ୫ମ କରୋନା ରୋଗୀଙ୍କ ପରିବାର ବର୍ଗ ଓ ସଂପର୍କୀୟ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫ମ ଆକ୍ରାନ୍ତଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଅଛନ୍ତି ।

ବର୍ତ୍ତମାନ ପୁରୀରୁ ଏବଂ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେହିଭଳି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଥିବା କୁହାଯାଇଥିଲା, ଯାହାକି ଏବେ ୨କୁ ବୃଦ୍ଧି ପାଇଛି। ଆଜିର ୧୫ ଜଣଙ୍କୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Spread the love