ବିଜେପିର ୪୦ତମ ପ୍ରତିଷ୍ଠା ଦିବସରେ କରୋନା ବିରୁଦ୍ଧରେ ଲଢେଇ କରିବାକୁ ବିଜେପି ନେତା ରାକେଶ ମଲ୍ଲିକଙ୍କ ଆହ୍ୱାନ

ସୋର, ବିଜେପିର ୪୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।

୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ସୋର ବିର୍ବାଚନ ମଣ୍ଡଳୀର ବିଜେପି ନେତା ରାକେଶ ମଲ୍ଲିକ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହାସହ ସେ ସାରା ଦେଶ ଓ ସ୍ଥାନୀୟ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ସାମାଜିକ ଦୂରତା ରଖିବାକୁ ସେ ଲୋକଙ୍କୁ ଅନୋରଧ କରିଥିଲେ।

Spread the love