ଜି-୨୦ ଉର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭିସି ଜରିଆରେ ଭାରତର ପ୍ରତିନିଧିତ୍ୱ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ଶ୍ରୀ ପ୍ରଧାନ ବିଶ୍ୱରେ ଚଳିତ ଅଭାବନୀୟ ପରିସ୍ଥିତି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ
ଗୁରୁତ୍ୱାରୋପ କରିଛନ୍ତି । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍ ହୋଇଛି । ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି । ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁ ଏହାର ଚାହିଦା ଦେଶରେ ବଢିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ‘ବୈଶ୍ୱିକରଣ ସଜ୍ଞା କେବଳ ଆର୍ଥିକ ଆଧାରରେ ହେବା ଉଚିତ୍ ନୁହେଁ’ ଦୃଢ ମତକୁ ସମ୍ମିଳନୀରେ ଦୋହରାଇଲେ
 ତୈଳ ଜାତ ଦ୍ରବ୍ୟର ଆବଶ୍ୟକତା ଭାରତରେ କମିଥିଲେ ମଧ୍ୟ ଏଲପିଜି ଚାହିଦା ବଢିଛି
 ଭାରତରେ ୮୦.୩ ମିଲିୟନ ପରିବାରକୁ ମାଗଣାରେ ଯୋଗାଯାଉଛି ଏଲପିଜି
 ଉତ୍ପାଦକଙ୍କ ପାଇଁ ଉଚିତ୍ ମୂଲ୍ୟ ଓ କ୍ରେତାଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ଉପରେ ଗୁରୁତ୍ୱ

Spread the love