ଓଡ଼ିଶାରେ ହାପ ସେଞ୍ଚୁରୀ ମାରିଲା କରୋନା

ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଛି। ଶୁକ୍ରବାର ରାତି ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଆଉ ୨ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ବିଭାଗୀୟ ୱେବସାଇଟରେ ସୂଚନା ଦିଆଯାଇଛି। ଅଦ୍ୟାବଧି ରାଜ୍ୟରେ ସର୍ବମୋଟ ୫୦ ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ତେବେ ଶୁକ୍ରବାର ୧୦ ଜଣ କରୋନା ରୋଗୀ ସୁସ୍ଥହୋଇ ଘରକୁ ଫେରିଛନ୍ତି। ପୂର୍ବରୁ ମଧ୍ୟ ଦୁଇଜଣ ସୁସ୍ଥ ହୋଇଥିଲେ। ଏବେସୁଦ୍ଧା ମୋଟ ୧୨ ଜଣ କରୋନା କବଳରୁ ମୁକ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ଯୁ ହୋଇଛି। ତେଣୁ ବର୍ତ୍ତମାନ ମୋଟ ୩୭ ଜଣଙ୍କଠାରେ କରୋନା ଭୂତାଣୁ ସକ୍ରିୟ ରହିଛି। ଶୁକ୍ରବାର ମୋଟ୍‌ ୨୯୮ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୨୯୬ଟି ନେଗେଟିଭ ବାହାରିଥିବାବେଳେ ୨ଟି ପଜିଟିଭ ବାହାରିଛି। ହେଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ୨ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

Spread the love