୧,୧୬,୦୦୭ ପରିବାରର ୩,୭୮,୮୨୯ ଜଣ  ହିତାଧିକାରୀଙ୍କୁ ଆଗୁଆ ତିନି ମାସର ରେସନ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦ୍ର ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂରେ କଥାହେଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ
ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ  ଅପ୍ରେଲ ୩୦ ସୁଦ୍ଧା ବିତରଣ କାର୍ଯ୍ୟ ଶେଷ କରାଯିବାକୁ ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ୱର, ୧୩/୦୪:  କରୋନା ଭୂତାଣୁ (କୋଭିଡ୍‌-୧୯)ସଂକ୍ରମଣ ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ ଡାଉନ୍‌ କରାଯାଇଥିବା ପରିପ୍ରେକ୍ଷୀରେ ଲୋକମାନଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨,୮୫,୫୫୬ ପରିବାରର ୩,୨୪,୭୦,୪୯୯ ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧,୧୬,୦୦୭ ପରିବାରର ୩,୭୮,୮୨୯ ଜଣ  ହିତାଧିକାରୀଙ୍କୁ ଆଗୁଆ ତିନି ମାସର ରେସନ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡ ପିଛା ୫ କେଜି ଚାଉଳ ୩ ମାସ ପାଇଁ  ଓ କାର୍ଡ ପିଛା ୧ କେଜି ହରଡ଼ ଡାଲି ତିନିମାସ ପାଇଁ ବିନାମୂଲ୍ୟରେ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥି ନିମନ୍ତେ ଖାଦ୍ୟଶସ୍ୟ ଉଠାଣ ଆରମ୍ଭ ହୋଇଯାଇଛି । ଅପ୍ରେଲ ୩୦ ସୁଦ୍ଧା  ବିତରଣ କାର୍ଯ୍ୟ ଶେଷ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ  ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ବଜାରରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣରେ ରଖାଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ରୁ ଅପ୍ରେଲ ୧୨ ତାରିଖ  ମଧ୍ୟରେ ୨୧,୭୫୪ଟି ପରିବାରର ୫୯,୬୧୨ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକି୍ରୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।
ଆଜି  ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ
ଦ୍ୱାରା ଆୟୋଜିତ ଭିଡ଼ିଓ କନ୍‌ଫରେନ୍ସିଂ ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଅଧ୍ୟକ୍ଷତା  କରିଥିଲେ । ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍‌ସିଂରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ସ୍ୱାଇଁ  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ବ୍ୟବସ୍ଥା ସଂପର୍କରେ ସୂଚନା
ଦେଇଥିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଆଗୁଆ ତ୍ରୈମାସିକ  ରାସନ୍‌ ନିମନ୍ତେ ଏ ପର୍ଯ୍ୟନ୍ତ ୯୩ ପ୍ରତିଶତ ଖାଦ୍ୟଶସ୍ୟ ଉଠାଣ ହୋଇଯାଇଛି ଏବଂ ୫୫ ଲକ୍ଷରୁ ଊଦ୍ଧ୍ୱ ପରିବାରଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ପ୍ରତି କାର୍ଡଧାରୀ ହିତାଧିକାରୀ  ପରିବାରଙ୍କୁ ୧୦୦୦ ଟଙ୍କା ନଗଦ ଅର୍ଥ ରିଲିଫ୍‌ ଆକାରରେ ଦିଆଯାଉଛି । ଆଜି ପର୍ଯ୍ୟନ୍ତ ୫୬ ଲକ୍ଷ ୧୪
ହଜାର ୯୪୧ ଜଣ ପିଡ଼ିଏସ୍‌ ରାସନ୍‌ କାର୍ଡଧାରୀଙ୍କୁ ମୋଟ ୫୬୧ କୋଟି ୪୯ ଲକ୍ଷ ୪୧ ହଜାର ଟଙ୍କା  ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।


ରାଜ୍ୟରେ ଖରିଫ୍‌ ବିପଣନ ଋତୁ ୨୦୧୯-୨୦ ନିମନ୍ତେ ୧.୪୫ ଲକ୍ଷ ଗାଣ୍ଠି ଝୋଟ ଅଖା  ଆବଶ୍ୟକ ଥିବାବେଳେ ରାଜ୍ୟକୁ ଏ ପର୍ଯ୍ୟନ୍ତ ୧.୦୩ ଲକ୍ଷ ଗାଣ୍ଠି ଯୋଗାଣ ହୋଇଛି । ଝୋଟ ଅଖା
ନିମନ୍ତେ ଜୁଟ୍‌ କମିଶନରଙ୍କ ନିକଟରେ ଅର୍ଥ ଜମା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୪୨ ହଜାର ଗାଣ୍ଠି  ଝୋଟ ଅଖା ହେତୁ ମିଳିନଥିବାରୁ ଧାନ ସଂଗ୍ରହରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି । ବକେୟା  ଅଖାକୁ ତୁରନ୍ତ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କୁ ଅବଗତ କରାଇଥିଲେ । ଏଥି ସହିତ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ସରକାରଙ୍କଠାରୁ ମିଳିବାକୁ ଥିବା ମୋଟ
ବ କେ ୟା ସବ୍‌ସିଡି ୬୧୩୨.୮୬ କୋଟି ଟଙ୍କ ।କୁ ତୁର; ରାଜ୍ୟ ସରକାର ଙ୍କୁ ପ୍ରଦାନ କରବି । ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ ।  ଏଥି ସହିତ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କେରଳ ଆଦି କେତେକ ରାଜ୍ୟରେ ଓଡ଼ିଶାର  ବହୁ ଶ୍ରମିକ ଲକ୍‌ ଡାଉନ୍‌ ଅବସ୍ଥାରେ ରହିଯାଇଥିବାରୁ ସେମାନଙ୍କର ଅନ୍ତତଃ ପକ୍ଷେ ୩ ମାସ ପାଇଁ  ଖାଦ୍ୟ ସୁର କ୍ଷାର ବ୍ୟବ ସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମନ୍ତ୍ରୀ ଶୀ୍ର ପାଶ୍ୱାନ ଙ୍କୁ ଅନୁରୋଧ କରିଥିଲେ ।
ଅନ୍ୟ ରାଜ୍ୟର ଶ୍ରମିକମାନଙ୍କ ନିମନ୍ତେ ଓଡ଼ିଶା ସରକାର ଆବଶ୍ୟକୀୟ ବ୍ୟବସ୍ଥା କରିଥିବାବେଳେ ଅନ୍ୟ  ରାଜ୍ୟମାନଙ୍କ ପକ୍ଷରୁ ମଧ୍ୟ ଅନୁରୂପ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ ।  ଭିଡ଼ିଓ କନ୍‌ଫରେନ୍ସିଂ ସମୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା  ଶାସନ ସଚିବ ଶ୍ରୀ ବୀର ବକି ୍ରମ ଯାଦବ ଉପସ୍ଥିତ ଥିଲେ ।

Spread the love