ଗରିବଙ୍କ ସେବା ଆମ୍ବେଦକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି – ରାକେଶ ମଲ୍ଲିକ

ସୋର, ୧୪/୦୪: ଆଜି ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ। ସୋର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ରାକେଶ ମଲ୍ଲିକ ଆମ୍ବେଦକରଙ୍କ  ଫଟୋ ଚିତ୍ରରେ  ଫୁଲ ହାର ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଏହାପରେ ସେ ସାହି ସାହି ବୋଲି ଗରିବଙ୍କ ସେବା କରିବା ସହ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିଥିଲେ। ଏହାସହ ସେ ଗ୍ରାମବାସୀ ଙ୍କୁ ମାସ୍କ ବାଣ୍ଟି ଥିଲେ। ଯେଉଁ ସ୍ଥାନରେ ଆବର୍ଜନା ଥିଲା ତାହାକୁ ସଫା କରିବା ସହ ସ୍ଥାନୀୟ ସିଂହ ସହି ଓ ଶାଳ ଚୁଆ ଗ୍ରାମର ନଳ କୂଅ ରେ bleaching power ସିଞ୍ଚନ କରିଥିଲେ। ସାମାଜିକ ଦୂରତା ରକ୍ଷା କରି ଗ୍ରାମ ଲୋକଙ୍କୁ ମାସ୍କ ବାଣ୍ଟିଥିଲେ। ଏହି ଅବସରରେ   ଶ୍ରୀ ମଲ୍ଲିକ କହିଥିଲେ ଯେ,  ଏପରି ସମୟରେ ଗରିବଙ୍କ ସେବା ହିଁ ଆମ୍ବେଦକର ଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

 

Spread the love