ଆଧୁନିକ ଭାରତ ଗଠନରେ ବାବା ସାହେବଙ୍କ ଅବଦାନ ଅତୁଳନୀୟ: ବିଜେପି

ଭୁବନେଶ୍ୱର: ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟବ୍ୟାପୀ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ନିଜ ଘରେ ରହି ବାବା ସାହେବଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏଜି ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଛନ୍ତି ।

ସେହିପରି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଜ୍ୟ ସଭାପତିଙ୍କ ଅନୁରୋଧ କ୍ରମେ ଲକ୍ଷାଧିକ କାର୍ଯ୍ୟକର୍ତା ସୁରକ୍ଷା ଦୃଷ୍ଟିରୁ ନିଜ ଘରେ ରହି ବାବା ସାହେବଙ୍କ ଜନ୍ମ ଜୟନ୍ତୀକୁ ପାଳନ କରିଛନ୍ତି ।

ବାବା ସାହେବ ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଆଧୁନିକ ଭାରତ ଗଠନରେ ତାଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ ସମାଜରେ ସମାନତା, ସାର୍ବଭୌମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତବକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ସେଥିମଧ୍ୟରୁ ସମସ୍ତଙ୍କ ପାଇଁ ଶିକ୍ଷା, ମହିଳାମାନଙ୍କ ମାତୃତ୍ୱ କାଳିନ ସବେତନିକ ଛୁଟି ବ୍ୟବସ୍ଥା, ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନ ଅର୍ଥାତ ୮ ଘଂଟା ସମୟକୁ ହିଁ ଦିନକର ମଜୁରୀ ବ୍ୟବସ୍ଥା ଆଦି ସେ କରିଥିଲେ । ସେ ଏକାଧାରରେ ‘ଶିକ୍ଷା ସଂର୍ଘଷ ତଥା ସଂଗଠନ’ ଭଳି ସ୍ଲୋଗାନ ପ୍ରବର୍ତନ କରି ସମାଜକୁ ଏକ ନୂଆ ଦିଗ୍‌ଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବର୍ତମାନ ସମୟରେ କରୋନା ପୂରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି । ରାଷ୍ଟ୍ରୀୟ ଓ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଜେପି କାର୍ଯ୍ୟକର୍ତା ମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି #FeedTheNeedy – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ଟି ଗରିବ ବସ୍ତିର ଲୋକଙ୍କମାନଙ୍କୁ ଭୋଜନ ବ୍ୟବସ୍ଥା କରାଇଛନ୍ତି ।

ଭୁବନେଶ୍ୱର ବରଗଡ ପାଖ ବସ୍ତିରେ ବିଜେପି କାର୍ଯ୍ୟକର୍ତାମାନେ ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇବା ସହ #WearFaceCoverStaySafe କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବସ୍ତି ବାସିନ୍ଦାଙ୍କୁ ବଂଟନ କରିଛନ୍ତି ।

ସେହିପରି ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନା ମୁକ୍ତ ବସ୍ତି’ ର ଶପଥ କରାଇବା ସହ ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାଜିକ ଦୂରତା, ପ୍ରଶାସନିକ ନିୟମ ଏବଂ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇଛି । ରାଜ୍ୟର ୩୬ ଟି ସାଙ୍ଗଠନିକ ଜିଲ୍ଲାର ସମସ୍ତ ମଣ୍ଡଳରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

Spread the love