ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଦେଶରେ କରୋନା ମୁକାବିଲା ସହ ସାମାଜିକ ବନ୍ଧନକୁ ଦୃଢ଼ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ଦେଇଥିବା ସମ୍ବୋଧନରେ ଗୁରୁତ୍ୱପୂର୍ଣ୍ଣ ଦିଗ ତଥା କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇ କରିବା ମାର୍ଗ ସାମାଜିକ ବନ୍ଧନକୁ ଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶବ୍ୟାପୀ ଲକ୍ ଡାଉନ୍ ଅବଧି ମେ’ ୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଏିଂ ଅଦୃଶ୍ୟ ଶତ୍ରୁକୁ ଦୂର କରିବା ପାଇଁ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ୭ଟି ଦିଗକୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ସେ କହିଛନ୍ତି ଯେ, ପିଏମ ମୋଦି ଭାରତର ବିଜୟକୁ ନିଶ୍ଚିତ କରିବାକୁ ୭ଟି ଦିଗରେ ସମର୍ଥନ ଲୋଡିଛନ୍ତି ଯଥା ବରିଷ୍ଠଙ୍କ ଅଧିକ ଧ୍ୟାନ ରଖିବା, ଲକ୍ ଡାଉନ୍ ଓ ସାମାଜିକ ଦୂରତାକୁ ପାଳନ କରିବା, ଘର ତିଆରି ମାସ୍କ ବ୍ୟବହାର କରିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା, ଗରିବଙ୍କୁ ଖାଇବାକୁ ଦେବା, କର୍ମଚାରୀଙ୍କ ପ୍ରତି ସହାନୁଭୂତି ଦେଖାିବା ଏବଂ କରୋନା ଯୋଦ୍ଧାଙ୍କୁ ସମ୍ମାନ କରିବା ।

ଏହି ୭ଟି ପଦକ୍ଷେପ ଭାରତକୁ କେବଳ କୋଭିଡ ଚ୍ୟାଲେଞ୍ଜ ବିରୋଧରେ ନିଜର ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରିବ ନାହିଁ ବରଂ ଦେଶର ସାମାଜିକ ବନ୍ଧନକୁ ମଜଭୁତ କରିବ ଓ ଲୋକଙ୍କ ମଧ୍ୟରେ ବନ୍ଧୁତାକୁ ମଧ୍ୟ ବଢ଼ାଇବ ।ଏହି ସଙ୍କଟକୁ ଆମେ ଏକ ରାଷ୍ଟ୍ର ଭାବେ ଏକାଠି ସାମ୍ନା କରିଛୁ ଏବଂ ଆମେ ଏକାଠି କାର୍ଯ୍ୟ କରି ଆମେ ଆମର ବିଜୟକୁ ନିଶ୍ଚିତ କରିପାରିବା ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭାରତ ସରକାର, ରାଜ୍ୟ ସରକାର ଏବଂ ଆମର କରୋନା ଯୋଦ୍ଧା ଓ ୧୩୦କୋଟି ଊର୍ଦ୍ଧ୍ୱ ନାଗରିକ ସମୂହଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ଭାଇରସର ସଂପ୍ରସାରଣ ନିୟନ୍ତ୍ରିତ ହୋଇଛି ।

ଦେଶର ନାଗରିକମାନେ ଶୃଙ୍ଖଳିତ ଭାବେ ଲକ୍ ଡାଉନ୍ ପାଳନ କରିବା ତଥଶ ସାମାଜିକ ଦୂରତାକୁ ଅନୁସରଣ କରିବା କାରଣରୁ ଦେଶରେ କରେନା ଭାଇରସର ସଂପ୍ରସାରଣକୁ ରୋକାଯିବାରେ ଏକ ପ୍ରମୁଖ ଭୂମିକା ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love