କେନ୍ଦୁଝର: ସ୍ୱତନ୍ତ୍ର କୋବିଡ଼-19 ଡାକ୍ତରଖାନା ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ

କେନ୍ଦୁଝର, ୧୬/୦୪: କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରାଙ୍କି ଠାରେ ତିଆରି ସ୍ୱତନ୍ତ୍ର କୋବିଡ଼-19 ଡାକ୍ତରଖାନା କୁ ଗୁରୁବାରଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅଶିତ କୁମାର ତ୍ରିପାଠୀ ଓ 5ଟି ସଚିବ ଭି କେ ପଣ୍ଡିଆନ ଅନୁଧ୍ୟାନ କରି ଫେରି ଯାଇଛନ୍ତି । ସେଠାରେ ଅନ୍ୱେଷ ହଷ୍ଟେଲରେ ନିର୍ମିତ ସ୍ୱତନ୍ତ୍ର କୋବିଡ଼ ଡାକ୍ତରଖାନ ବୁଲି ଦେଖିଥିଲେ । କିଛିଦିନ ପୂର୍ବରୁ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ପ୍ରା ଲିଃ କର୍ତ୍ତୃପକ୍ଷ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟରେ 200 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼ 19 ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାଖରିତ ହୋଇଥିଲା । ଏହି ଡାକ୍ତରଖାନା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ଅର୍ଥ ପ୍ରଦାନ କରାଜିବ ବୋଲି ସୂଚନା ମିଳିଛି ।

ଏହି ଡାକ୍ତରଖାନାରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ସହିତ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ହେଉଥିବା ଜଣାପଡିଛି । ଜିଲ୍ଲାର ଏବେ ପର୍ଯ୍ୟନ୍ତ କରନା ପୋଜିତିଭ ଚିହ୍ନଟ ହୋଇ ନଥିଲେ ମଧ୍ୟ ସମ୍ଭାବ୍ୟ କରନା ପରିସ୍ଥିତି କୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସଚିବ ମାନଙ୍କର ଗସ୍ତ ଅବସରରେ ଡାକ୍ତରଖାନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା,ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତି ଉପାରେ ଗୁରୁତ୍ୱାରୋପକରିଥିଲେ।ଏଥି ସହ ଆଇସିୟୁ ର ସମୀକ୍ଷା କରି କୋବିଡ଼ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ଦେଖି ସନ୍ତୋଷ ପ୍ରକଟ କରିଥିଲେ ।

ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଶୋକ ଦଶ,ଚୁକ୍ତି ସ୍ୱାଖର କରିଥିବା ଡାକ୍ତଖାନା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love