କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଲେ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର, ୨୧/୦୪: କରୋନା ଯୋଦ୍ଧାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡିଓ ବାର୍ତ୍ତାରେ ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ। ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା।

ଏହାଛଡ଼ା ସେମାନଙ୍କ ପରିବାରକୁ ପେନସନ୍ ବି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କରୋନା ଯୋଦ୍ଧାମାନଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସଂପନ୍ନ କରାଯିବ ବୋଲି ସେ କହିଛନ୍ତି।

Spread the love