୨୭ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

କରୋନା ଲଢ଼େଇ ଭିତରେ ଆସନ୍ତା ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ। ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି।ମେ’ ୩ ତାରିଖ ରାତି ୧୨ଟାରେ ଏହି ଅବଧି ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ପରେ ଏହା ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ପ୍ରଥମ ବୈଠକ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଉପରେ ମୋଦି ସମସ୍ତଙ୍କ ସହ ଆଲୋଚନା କରିବେ।ମେ’ ୩ ପରେ ଲକଡାଉନ ବଢ଼ିବ କି ନାହିଁ କିମ୍ବା କେଉଁ ସବୁ ଅଞ୍ଚଳରେ ଲକଡାଉନ ନିଷ୍ପତ୍ତି କୋହଳ ହେବ, ସେ ବିଷୟରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଏଥିସହ ଲକଡାଉନ ଯୋଗୁ ରାଜ୍ୟଗୁଡ଼ିକରେ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି।

Spread the love