କରୋନା ଚେକଅପ ପାଇଁ ଯାଇଥିଲେ, ଲହୁଲୁହାଣ ହୋଇଫେରିଲେ

କରୋନା ଯୋଦ୍ଧା ପୁଣିଥରେ ଆକ୍ରମଣର ଶିକାର ହୋଇଛନ୍ତି। ମଧ୍ୟପ୍ରଦେଶର ଶେହୋପୁରରେ ଲୋକଙ୍କ କରୋନା ପରୀକ୍ଷା କରିବାକୁ ଯାଇଥିବା ପୁଲିସ୍‌ ଓ ଡାକ୍ତରୀ ଟିମ ଉପରେ ସ୍ଥାନୀୟ ଲୋକମାନେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଗୁରୁରତ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡ ଫାଟି ଯାଇଛି।

ସେହିପରି ମେଡିକାଲ ଟିମ ଓ ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଇନ୍ଦୋରରୁ ଗୋପାଳ ଶିବହାରେ ନିକଟରେ ଗସୱାନି ଗାଁକୁ ଫେରିଥିଲେ। ତାଙ୍କର କରୋନା ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ ପୁଲିସ୍‌ ସହ ଯାଇଥିଲା। ଏହି ସମୟରେ ଗାଁ ଲୋକମାନେ ସମସ୍ତଙ୍କ ଉପରକୁ ଟେକା ପଥର ମାଡ଼ କରିବା ସହ ହମଲା କରିଥିଲେ।ପଥର ମାଡ଼ରେ ଏଏସଆଇ ଶ୍ରୀରାମ ଅବସ୍ତୀ ଗୁରୁତର ଆହତ ହୋଇଛନ୍ତି। ଲୋକଙ୍କ ବିରୋଧ ଯୋଗୁ ମେଡିକାଲ ଟିମ ମଧ୍ୟ ଗୋପାଳଙ୍କ ସ୍ୱାବ ସଂଗ୍ରହ କରିପାରିନାହିଁ। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ଦେବାକୁ ସମସ୍ତେ ଦାବି କରିଛନ୍ତି।
Spread the love