ପଂଚାୟତିରାଜ ଦିବସ ଦିନ ଦେଶର ସମସ୍ତ ସରପଂଚଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବଢ଼ିବାରେ ଲାଗିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବା ପୂର୍ବରୁ ଦେଶର ସମସ୍ତ ସରପଂଚମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କାଲି ପଂଚାୟତିରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj Portal)ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିବେ। ଏହି ଲକ୍‌ ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ପଂଚାୟତକୁ ସମ୍ବୋଧିତ କରିବେ।

ଇ-ଗ୍ରାମ ସ୍ୱରାଜ ପୋର୍ଟାଲ  ପଂଚାୟତିରାଜ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ପଦକ୍ଷେପ। ଯେଉଁଥିରେ ଗ୍ରାମ ପଂଚାୟତର ବିକାଶ ଯୋଜନା ପ୍ରସ୍ତୁତ ହେବ ଏବଂ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଂଚାୟତ ସୁଯୋଗ ପାଇବେ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୭ ରେ ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିବେ । ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Spread the love