ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୩ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ତୈଳ  ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସର ମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିବା ଅବସରରେ ଏଲପିଜି ଯୋଗାଣକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା
ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ନିସ୍ୱ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ।
ଏହି ଯୋଜନାରେ ୮ କୋଟିରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କୁ ଆଗାମୀ ୩ ମାସ ପାଇଁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ।

ଏହି ପଦକ୍ଷେପସ୍ୱରୂପ ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ ୪୦ ପ୍ରତିଶତ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଯୋଜନା ଅନୁସାରେ ଅଧକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଜିଲ୍ଲା ନୋଡାଲ ଅଫିସରଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଅଧିକାରୀମାନଙ୍କୁ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ନୋଡାଲ ଅଫିସରଙ୍କୁ ୃକରୋନା ଭାଇରସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ
ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଫେସ୍ ମାସ୍କର ବ୍ୟବହାର,  ଆରୋଗ୍ୟ ସେତୁ ଆପ୍‌, ହାତକୁ ସଫା ରଖିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ  ସଚେତନନା କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଶ୍ରୀ ପ୍ରଧାନ ଓ ଅନ୍ୟ ଅଫିସରମାନେ ବିହାର ସୁପୋଲ ଠାରେ ଏଲପିଜି ଡେଲିଭରି ବୟଙ୍କ ମୃତ୍ୟୁରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Spread the love