୮୩ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଆସିଲା ୮୩ ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି । ପଶ୍ଚିିିମବଙ୍ଗରୁ ଯାଜପୁର ବ୍ୟାଙ୍କ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ବୁଲିଥିଲେ। ସେ ଗତ ୩୦ ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ତାଙ୍କ ସହ ୧୧ ଜଣ ଆସିଥିଲେ । ତିନିଜଣ ଭଦ୍ରକରେ ଓଲ୍ହାଇଥିବା ବେଳେ ବାକି ୮ ଯାଜପୁର ଆସିଥିଲେ ।ସେ ଯାଜପୁର ନିଜ ଗ୍ରାମକୁ ଯାଇଥିଲେ । ପୋଲିସ ତାଙ୍କୁ ଘରେ ହୋମ କ୍ୱାରେଣ୍ଟିନରେ ରହିବାକୁ କହିଥିବାବେଳେ ସେ ୧୪ ଦିନ ସଂଗରୋଧରେ  ରହି ନଥିଲେ । ସେ ବାଇକ ନେଇ ଗ୍ରାମରେ ବୁଲିଥିଲେ । ଏହାପରେ ସେ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ । ୨୨ ଏପ୍ରିଲ ଦିନ ତାଙ୍କ ରିପୋର୍ଟ ପଜିଟିଭି  ଆସିଥିଲା। ସେହିଦିନ ତାଙ୍କୁ  ଯାଜପୁର ସ୍ଥିତ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love