ମେ ୩ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ହେବନି କୌଣସି ଉତ୍ସବ: ଗଜପତି ମହାରାଜ

ଭୁବନେଶ୍ୱର, ୨୪/୦୪: ମେ’ ୩ତାରିଖ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବାହାରେ ହେବନି କୌଣସି ଉତ୍ସବ । ଏପରି ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜ । ଗଜପତି ମହାରାଜ କହିଛନ୍ତି, ମେ’ ୩ରେ ଲକ ଡାଉନ ସରିବା ପରେ ନୂଆ ଗାଇଡ଼ ଲାଇନ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆଉ ଦୁଇ ଦିନ ପରେ ଅକ୍ଷୟ ତୃତୀୟା ଥିବାରୁ ଏହାକୁ କିପରି ପାଳନ କରାଯିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଆଗକୁ ଥିବା ଚନ୍ଦନ ଯାତ୍ରା ମଧ୍ୟ ଲକ ଡାଉନ ସମୟ ଭିତରେ ପଡ଼ୁଥିବାରୁ ଏହାକୁ ମଧ୍ୟ ମନ୍ଦିର ବାହାରେ ନକରିବାକୁ ଆଲୋଚନା ହୋଇଥିଲା ।

ସେହିପରି ଆସନ୍ତା ୩ତାରିଖ ପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ଗାଇଡ଼ ଲାଇନ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା । ଏହି ବୈଠକରେ ପୁରୀ ଗଜପତି ମହାରାଜା, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ା କ୍ରିଷ୍ଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love