ଆଗାମୀ ରଥଯାତ୍ରା ନେଇ ମତ ରଖିଲେ ପୁରୀ ଜଗପତି ମହାରାଜ

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଅଢ଼େଇ ଘଣ୍ଟାର ଆଲୋଚନା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ  ଦେବ  ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।  ଗଜପତି ମହାରାଜା କହିଛନ୍ତି, ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ସବିଶେଷ ଆଲୋଚନା ହୋଇଛି । ବୈଠକରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ଜୁନ ମାସରେ ଶ୍ରୀଜିଉଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏବେ ସମୟ ଥିବାରୁ, ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟା କିଭଳି ପାଳନ କରାଯିବ ସେ ନେଇ ଗୁରୁଜୀ ପରାମର୍ଶ ଦେଇଛନ୍ତି ।

ମନ୍ଦିର ଭିତରେ ମହାପ୍ରଭୁଙ୍କ ସମସ୍ତ ବିଧି ସଂପର୍ଣ୍ଣ କରିବାକୁ ଗୁରୁଜୀ ପରାମର୍ଶ ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା କିଭଳି ପାଳନ ହେବ,  ଶନିବାର ସକାଳେ ଆଲୋଚନା ହେବ । ଗଜପତି ମହରାଜା କହିଛନ୍ତି, ମେଘନାଦ ପାଚେରୀ ଭିତରେ ସମସ୍ତ ବିଧି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍ପି ଉମାକାନ୍ତ ଦାଶ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ, ପରିଚାଳନା କମିଟିର ସଦସ୍ୟ ସିଦେ୍ଧଶ୍ୱର ମହାପାତ୍ର, ତଳୁଛ ନୀଳକଣ୍ଠ ମହାପାତ୍ର ଓ ଅନ୍ୟ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love