ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ, କୋରାପୁଟରେ ପ୍ରଥମ

ରାଜ୍ୟରେ  ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ୨୨ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି।  ସେ ଜଣେ ସ୍ୱାସ୍ଥ୍ୟ କର୍ମୀ ବୋଲି ସୂଚନା ମିଳିଛି । ଆଉ ଜଣେ ବାଲେଶ୍ୱରରେ ମଧ୍ୟ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଜଣେ କରୋନା ପଜେଟିଭ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏବେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଂଚିଛି । ଏବେ ଏହି ଦୁଇ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୦ରେ ପହଂଚିଛି । ତେବେ ଏଠାରେ ଆଉ ଏକ କଥା ସାମ୍ନାକୁ ଆସିଛି ଯେ, ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଆଜି ନୂଆ ଜିଲ୍ଲା କୋରାପୁଟ ଏଥିରେ ସାମିଲ ହୋଇଛି । ତେବେ କୋରାପୁଟରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ଏହି ଦୁଇ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସାମ୍ନାକୁ ଆସିନଥିବା ବେଳେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି ।

Spread the love