ରାଜଧାନୀରେ ବୁଲି ବୁଲି ସଚେତନ କରୁଛି କରୋନା ଗାଡ଼ି

ଭୁବନେଶ୍ୱର, ୨୮/୦୪: ରାଜଧାନୀ ରାସ୍ତାରେ ବୁଲୁଛି କରୋନା ଗାଡ଼ି। ବୋଲି ବୋଲି ସଚେତନ କରୁଛି। ଯଦିବା ଭୁବନେଶ୍ୱର ରେ କରୋନା କିଛିଦିନ ହେଲା ଚିହ୍ନଟ ହୋଇନାହିଁ ତେବେ ମଧ୍ୟ ଭୟ ଯାଇନାହିଁ। ଲୋକେ ନିୟମ ଭାଙ୍ଗିଲେ ପୁଣି ଭୁବନେଶ୍ୱରକୁ ଫେରିବ କରୋନା।  ତେଣୁ କରୋନା ଗାଡି ରାସ୍ତାରେ ବୁଲି ବୁଲି ସଚେତନ କରୁଛି।

ପ୍ରକାଶ ଥାଉକି, ରାଜ୍ୟରୁ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଏବଂ ଭଦ୍ରକରୁ ୩ ଜଣ ଅଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୮୦ ହୋଇଛି ।

Spread the love