ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଓଡ଼ିଶା କରୁଛି କରୋନା ମୁକାବିଲା ।  ଲକ୍ ଡାଉନରେ ଫସିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରାଇବାକୁ ଉଦ୍ୟମ ଚାଲିଛି । ଶ୍ରମିକଙ୍କ ପାଇଁ ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଟିକେଟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସାରା ଦେଶରେ କରୋନା ଲକ ଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।ତେବେ ବସରେ ଫେରୁଥିବା ଶ୍ରମିକ କିମ୍ବା ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ବସ ଭଡା କରି ଫେରୁଛନ୍ତି । କିନ୍ତୁ ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି ।

ଗୋଟିଏ ଗୋଟିଏ ଟ୍ରେନରେ ୧ ହଜାରରୁ ୧୨ ଶହ ଶ୍ରମିକ ଆସୁଥିବା ଜଣାପଡିଛି । ଘର ବାହୁଡ଼ା ପ୍ରତ୍ୟେକ  ଶ୍ରମିକ ପିଛା ସ୍ଲିପର କ୍ଲାସ ଟିକେଟ ଭଡା ସହିତ ମିଲ ପାଇଁ ୩୦ ଟଙ୍କା ଓ ପାଣି ପାଇଁ ୨୦ ଟଙ୍କା ଲେଖାଇ ଚାର୍ଜ କରିବ ରେଳବାଇ ।  ଏହି ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

Spread the love