ସୁରତରୁ ଆସୁଥିବା ବସ୍‌ରେ ଯୁବକଙ୍କ ମୃତ୍ୟୁ !

ସୁରତରୁ ଆସୁଥିବା ବସ୍‌ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ଛତିଶଗଡ଼ ନିକଟରେ ଯୁବକଙ୍କ ମୃତ୍ୟୁ ହିଇଥିବା ଜଣାପଡିଛି। ମୃତ ଯୁବକ ଜଣକ ଗଞ୍ଜାମ ସୋରଡ଼ା ନାରାୟଣପୁର ଗାଁର ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁ ଦେହକୁ ଅଟକ ରଖିଛି ଛତିଶଗଡ଼ ପୋଲିସ  ପରିବାର ସହ ଯୋଗାଯୋଗ  କରୁଛି।

ସୂଚନାଯୋଗ୍ୟ, ରାଜ୍ୟ ବାହାରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଲକଡାଉନ ଯୋଗୁଁ ଫସି ରହିଛନ୍ତି।  ରାଜ୍ୟ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବସ ଓ ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା ହୋଇଛି। ଗତକାଲି ସୁରତ ରୁ ୬୬ ଟି ବସ ରେ ପ୍ରବାସୀ ଓଡିଆମାନେ ଫେରିଥିଲେ। ଆଜି ଓଡିଶାକୁ ୩ ଟି ଟ୍ରେନ୍ ଆସୁଛି।

Spread the love