ଏଣିକି କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଗିରଫ

ଏଣିକି କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ସଙ୍ଗରୋଧ  ନିୟମ ଉଲ୍ଲଂଘନ ଛୋଟକଥା ନୁହେଁ, ଗୁରୁତର ଅପରାଧ। କିଛିଲୋକ ଏପରି କରୁଥିବା ସରକାରଙ୍କ ନଜରକୁ ଆସିଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି।

ରବିବାର ଏକ ଜରୁରୀ ବାର୍ତ୍ତାରେ ଗଣମାଧ୍ୟମ ଜରିଆରେ ସେ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ଯେ ବାହାରୁ ଓଡ଼ିଶାକୁ ଆସୁଥିବା ଭାଇଭଉଣୀମାନଙ୍କୁ ଆମେ ସ୍ବାଗତ କରୁଛୁ ଏବଂ ସେମାନଙ୍କ ଲାଗି ସୁବ୍ୟବସ୍ଥା କରାଯାଇଛି।

ମାତ୍ର ମୁଷ୍ଟିମେୟ ଲୋକ କ୍ବାରେଣ୍ଟାଇନ୍ ନିୟମ ମାନୁନାହାନ୍ତି। ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଉଛି, ମାତ୍ର କତିପୟଙ୍କ ବେଆଇନ କାର୍ଯ୍ୟକଳାପ ଲାଗି ପୂରା ବ୍ୟବସ୍ଥାକୁ ବିଗିଡ଼ିବାକୁ ଦିଆଯିବନାହିଁ। କିଛି ଲୋକଙ୍କ ଲାଗି ପୂରା ସମାଜର ଜୀବନ ପ୍ରତି ବିପଦ ଆଣିବାକୁ ଦିଆଯିବ ନାହିଁ। ବିଶେଷ କରି କ୍ବାରେଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ସ୍ଫଷ୍ଟ କରିଛନ୍ତି ମୁଖ୍ୟସଚିବ।

Spread the love