ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ ସଂସ୍କରଣ ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ୍‌ ସଂସ୍କରଣ ଆରମ୍ଭ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ସଂସ୍କରଣକୁ ଆଜି ଉଦ୍‌ଘାଟନ କରିବା ସହ ଲୋକାର୍ପଣ କରିଛନ୍ତି ।

କରୋନା ଭୂତାଣୁ କାରଣରୁ ରାଜ୍ୟ ସମେତ ସମଗ୍ର ଦେଶରେ ବର୍ତମାନ ଲକ୍‌ଡାଉନ୍ କଟକଣା ଜାରୀ ରହିଛି । ମୁଦ୍ରଣ କାର୍ଯ୍ୟରେ ସମସ୍ୟା ସୃଷ୍ଟି କାରଣରୁ ସମ୍ବାଦପତ୍ର ସହ ବିଭିନ୍ନ ପତ୍ରପତ୍ରିକା ପ୍ରକାଶନ ପ୍ରଭାବିତ ହୋଇଛି । ବିଶ୍ୱର ସର୍ବବୃହତ ରାଜନୈତି ଦଳ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଏବଂ ବିଭିନ୍ନ ରାଜ୍ୟ ସ୍ତରରେ ବହୁ ପତ୍ରପତ୍ରିକା ପ୍ରକାଶନ ବାଧାପ୍ରାପ୍ତ ହୋଇଛି । ପାର୍ଟିର ବିଚାର, କାର୍ଯ୍ୟକ୍ରମ, ସୁଚନାକୁ ଆଧାର କରି ରାଜ୍ୟର ଦଳୀୟ ପତ୍ରିକା “ବିଜେପି ବାର୍ତା”ର ପ୍ରକାଶନ ହେବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଅନ୍ୟ ପଟେ କ୍ରମଶଃ ସମସ୍ତ ସ୍ତରରେ ଇଗଭର୍ଣ୍ଣାନ୍ସ, ଡିଜିଟାଇଜେସନକୁ ଗୁରୁତ୍ୱ ଦିଆଯାଉଛି । ଏ ସମସ୍ତ ସମସ୍ୟା ଏବଂ ଭବିଷ୍ୟତ କାର୍ଯ୍ୟଶୈଳୀକୁ ବିଚାରକୁ ନେଇ କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ “ବିଜେପି ବାର୍ତା”ର ଡିଜିଟାଲ ସଂସ୍କରଣ ଆରମ୍ଭ ହୋଇଛି ।  ଏହି ପତ୍ରିକା ବର୍ତମାନ ପ୍ରତି ସପ୍ତାହରେ ସାମାଜିକ ଗଣମାଧ୍ୟମ ତଥା ଫେସବୁକ୍‌, ଟ୍ୱିଟର ଜରିଆରେ ପ୍ରକାଶ ପାଇବ ।

ଭିଡିଓ କନଫରେନ୍ସ ମାଧ୍ୟମରେ ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ବିଜେପି ବାର୍ତା ମୁଖ୍ୟ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପରିଚାଳନା ସଂପାଦକ ଭୁବନାନନ୍ଦ ତ୍ରିପାଠୀ, ସହ ସଂପାଦକ ମନୋରଂଜନ ପଟ୍ଟନାୟକ, ଗୋଲକ ଦାଶ, ଉପେନ୍ଦ୍ର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ ।

Spread the love