ରାଜ୍ୟ ସଭାପତି  ସମୀର ମହାନ୍ତି ଓ ମଧ୍ୟ ଭୁବନେଶ୍ୱର ର ନେତା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଗରିବଙ୍କୁ ସହାୟତା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ ସଭାପତି  ସମୀର ମହାନ୍ତି ଓ ମଧ୍ୟ ଭୁବନେଶ୍ୱର ର ନେତା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଗରିବଙ୍କୁ ସହାୟତା  କରାଯାଇଥିଲା। କରୋନା  ମହାବିପତ୍ତି ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ଯୋଦ୍ଧା ଭାବେ ନିରନ୍ତର ନିଜ ନୈତିକ ଦାୟିତ୍ୱ ପ୍ରତିପାଦନ କରି କରୋନା ବିରୋଧୀ ଲଢ଼େଇରେ ସାମିଲ ରହି ପରିବେଶକୁ ନିର୍ମଳ କରି ସୁସ୍ଥ ବାତାବରଣ ବଜାୟରଖିବା ଓ ପରୋକ୍ଷ ରେ ଆମକୁ ନିରୋଗୀ ରଖିବାରେ ସଫେଇ ବନ୍ଧୁମାନଙ୍କ ଭୂମିକା ଅତୁଳନୀୟ।

ଏହି କରୋନା ଯୋଦ୍ଧା ଯଥା(ଏପିସି ) ତ୍ରୈଲୋକ୍ୟ ଜେନା ଓ ତାଙ୍କ 40 ରୁ ଅଧିକ ସହକର୍ମୀଙ୍କୁ ବାପୁଜୀ ନଗର 53ନଂ ୱାର୍ଡ ତରଫରୁ ବିଜେପି ଯୁବନେତା ଶ୍ରୀ ଜୟନ୍ତ କୁମାର ଜେନା ଓ କାର୍ଯ୍ୟକର୍ତା (ସ୍ବୟମ୍ଭୁ ମୋହନ ପଟ୍ଟନାୟକ, ସୁଦର୍ଶନ ପୃଷ୍ଟି, ସୁଭଦ୍ରା ନାୟକ, ଓ ଭଗବତୀ ଦାସ ଙ୍କ ଦ୍ୱାରା ଧନ୍ୟବାଦ ପତ୍ର ଦେବାସହ କିଛି ପନିପରିବା ବଣ୍ଟନ କରାଯାଇଥିଲା l

Spread the love