କରୋନାକୁ ନେଇ ଆଜି ଦେଶବାସୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୪/୦୫: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ।  ଆଜି ପୂର୍ବାହ୍ନ ୧୧ଟାରେ କରୋନା ମହାମାରୀ ସମ୍ପର୍କରେ ଆଲୋଚନା କରିବେ।  କରୋନା ମହାମାରୀକୁ ନେଇ ମହାଶକ୍ତିଶାଳୀ ଦେଶ ମାନେ ହାର ମାନିସାରିଛନ୍ତି। ଏଭଳି ସ୍ଥିତିରେ  ଭାରତ କରୋନା ସହ ଲଢେ଼ଇ ଜାରି ରଖିଛି । ଏନେଇ ୧୩୦ କୋଟି ଦେଶବାସୀ ଭୟଭୀତ ନହେବା ପାଇଁ  ପ୍ରଧାନ ମନ୍ତ୍ରୀ ଆହ୍ୱାନ ଦେଇଥିବାବେଳେ ଗରିବ ଲୋକମାନଙ୍କ ପାଇଁ ଶ୍ରୀ ପ୍ରଧାନ ନେଇଥିବା ପଦକ୍ଷେପ ବେଶ ଉପଯୋଗୀ ହୋଇଛି। କରୋନା ଲକଡାଉନ ସମୟରେ ଗରିବଙ୍କୁ ୩ମାସର ମାଗଣା ଗ୍ୟାସ ଯୋଗାଇଦେବା ଭାରତ ଇତିହାସରେ ପ୍ରଥମ ହେବ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶବାସୀ ଭୟବିତ ନହୋଇ କରୋନାର ମୁକାବିଲା କରିବା ପାଇଁ ଆଗେଇ ଆସିବା ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ବୋଲି  ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଶ୍ରୀ ପ୍ରଧାନ ନେଇଥିବା ପ୍ରତେକ ପଦକ୍ଷେପ ସଫଳ ହୋଇଛି। ଯାହାର ଏକ ବଡ ଉଦାହରଣ ହେଉଛି ଉଜ୍ଜଳ। ଯୋଜନା। କେବଳ କରୋନା ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଆଲୋଚନା କରିବେ। “# DP talks” ହସ ଟ୍ୟାଗ ବ୍ୟବହାର କରି ଫେସବୁକ କିମ୍ବା ଟୁଇଟର ମାଧ୍ୟାମରେ  ସାଧାରଣ ଜନତା ସେମାନଙ୍କ ପ୍ରଶ୍ନ ରଖିପାରିବେ।

Spread the love