କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହେବ ରଥଯାତ୍ରା !

ଅନେକ ଦିନର କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଗଡିବ ଜଗାର ରଥ । ରଥଯାତ୍ରା ପାଇଁ ମିଳିଲା ଅନୁମତି । କେନ୍ଦ୍ର ସରକାର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହେବ ରଥଯାତ୍ରା । କେନ୍ଦ୍ର ସରକାର ଅନୁମତି କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ହେବ ରଥ କାର୍ଯ୍ୟ । ରଥଯାତ୍ରା ପୂର୍ବରୁ ଠିକ ସମୟରେ ସମ୍ପୂର୍ଣ୍ଣ ହେବ ରଥ ତିଆରି କାମ । ଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ୱାସର ଜୟ ହୋଇଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ ରାଜ୍ୟ ସରକାର ରଥଯାତ୍ରା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ । ଆଜି କେନ୍ଦ୍ର ସରକାର ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି ।

Spread the love