କେତେ ନିଷ୍ଠୁର ନାରୀ : ବିଲେଇ ଛୁଆକୁ ଗୋଡ଼ରେ ମାଡିମାଡି ମାରିଦେଲେ; ଦେଖନ୍ତୁ ଭିଡ଼ିଓ

କୁହାଯାଏ ନାରୀ ଦେବୀ। ସେ ଦୟା, କ୍ଷମା ଓ ମମତା ଭରା ମଣିଷ ଟିଏ। ସେ ଚିର ବନ୍ଦିତା। ହେଲେ ଏହି  ଭିଡ଼ିଓ ଟି ଦେଖିବା ପରେ,  ଉପରୋକ୍ତ ଶବ୍ଦ ସବୁ ତାଙ୍କ ପ୍ରତି ଅଯୋଗ୍ୟ ଭଳି ମନେ ହେଉଛି। କେତେ ନିଷ୍ଠୁର ସେ ନାରୀ। ଏମିତି କିଛି ନାରୀଙ୍କ ପାଇଁ ପୂରା ନାରୀ ସମାଜ କଳଙ୍କିତ ହେଉଛି।

ବୁଦ୍ଧିଜୀବୀମାନେ କୁହନ୍ତି ସୋସିଆଲ ମିଡ଼ିଆ ଯେତିକି ଭଲ ଖରାପ ତା ଠୁ ଅଧିକ।  କାହିଁକି ନା ଏଥିରେ ଭଲ କମ ଓ ଖରାପ ଅଧିକ ଦେଖିବାକୁ ମିଳେ। ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଦେଖିବକୁ ମିଳେ। କିଛି ଲୁଚି ଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଧରପଡିଯାଏ।

ଏପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ  ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ଗୋଟିଏ ବିଲେଇ ଛୁଆକୁ ବାନ୍ଧି ଅତି ନିର୍ମମ ଭାବେ ମାରି ଦେଉଛି। ପ୍ରଥମେ  ଗୋଇଠା ମାରି ଛୁଆଟିର ଗୋଡ ଭାଙ୍ଗି ଦେଉଛି। ଧିରେଧିରେ ଅଣ୍ଟା, ଛାତି ଓ ଶେଷରେ ବେକକୁ  ଉପରେ ଛିଡା ହୋଇ ଜୀବନରୁ ମାରିଦେଲା। କେବଳ ଏତିକି  ନୁହେଁ ଜଣେ ପରେ ଜଣେ ଯୁବତୀ ବିଲେଇ ଛୁଆ ଉପରେ ଚଢ଼ି ଚଢି ମାରିଦେଲେ । ଶେଷକୁ   ଚିତ୍କାର କରି କରି ଚୁପ ହେଇଗଲା ବିଲେଇ ଛୁଆ। ଏହି ଭିଡ଼ିଓ କେହି ସୋସିଆଲ ମିଡ଼ିଆ ରେ shere କରିଛନ୍ତି ମଧ୍ୟ। ସେମାନଙ୍କ ପୋଷାକରୁ ଜଣାଯାଉଛି ସେମାନେ ବଡ଼ ଘର ପିଲା। କିନ୍ତୁ  ସେମାନଙ୍କ ପାଖରେ ଦୟା ବୋଲି ଟିକେ ନାହିଁ। ଏମାନେ ମଣିଷ ନା ପଶୁ !

ଏପରି ଭିଡ଼ିଓ news  site ରେ ଅପଲୋଡ କରି କାହା ମନରେ କଷ୍ଟ ଦେବାକୁ ଚାହୁନୁ। ଏମିତି ଏକ ମର୍ମାହତ  କଲାଭଳି ଭିଡ଼ିଓ ଛାଡି ଛାଡ଼ିବା ର ଉଦେଶ୍ୟ ହେଲା ଯିଏ ଏପରି କାମ କରିଛି ତାଙ୍କୁ ଦଣ୍ଡ ମିଳୁ। ତେବେ ଏହି ଭିଡ଼ିଓ ଟି କେଉଁଠିକାର ଜଣା ପଡ଼ିନାହିଁ। ସୋସିଆଲ ମିଡ଼ିଆରୁ ଏହା ଜଣା ଯାଉଛି।। ଯଦି କାହା ମନରେ ଏପରି ଭିଡ଼ିଓ କଷ୍ଟ ଦିଏ ତେବେ ଆମେ କ୍ଷମା ଚାହୁଁଛୁ।

Spread the love