ସରକାରଙ୍କ କାର୍ଯ୍ୟନେଇ ଅସନ୍ତୋଷ ବ୍ୟକ୍ତ କଲେ ନିରଞ୍ଜନ

ଆଜି ସ୍ଥାନୀୟ କଂଗ୍ରେସ ଭବନ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ମାନଙ୍କ ଏକ ସମ୍ବୋଧନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ଓଡ଼ିଶାରେ ବର୍ତ୍ତମାନ କୋରନା ପରିସ୍ଥିତି ନେଇ ଅବଗତ କରାଇଥିଲେ ।ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ କି ଆମେ ଓଡିଶା ସରକାରଙ୍କୁ ଦୀର୍ଘ ଦେଢ଼ ମାସ ହେଲା କରନା ଜନିତ ସମସ୍ତ କାର୍ଯ୍ୟକ୍ରମ ରେ କଂଗ୍ରେସ କର୍ମୀମାନେ ସାହାଯ୍ୟ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ସେ ଆମ ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି କି ସାମାନ୍ୟ ସୌଜନ୍ୟତାର ପରିପ୍ରକାଶ କରିନାହାନ୍ତି ।ସରକାର କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ନେଇ କରନା ର ମୁକାବିଲା କରୁଛନ୍ତି ଏପରିକି ତାଙ୍କ ନିଜ ଦଳର ନେତୃମଣ୍ଡଳୀ ମାନଙ୍କ ସହିତ କୌଣସି ବିଚାର ଆଲୋଚନା ନକରିବା ଦୁର୍ଭାଗ୍ୟଜନକ।କିନ୍ତୁ ଅନ୍ୟ ରାଜ୍ୟମାନଙ୍କ ରେ ସରକାର ଯେଭଳି ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ଓଡିଶା ରେ ହେବା ଜରୁରୀ ।

ସରକାର ଏ କାର୍ଯ୍ୟକ୍ରମରେ କରନା ଯୋଦ୍ଧ ଭାବ ରେ ଯେଉଁମାନେ ଠିଆ ହୋଇଛନ୍ତି ତାଙ୍କୁ ଅନୁସରଣ କରିବା ପାଇଁ ସହଯୋଗ କରିବା ପାଇଁ କଂଗ୍ରେସ ଦଳ ବଦ୍ଧ ପରିକର ଅଛି।ଆମେ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଛୁ ।କିନ୍ତୁ ଆଜି ଯେଉଁ ସ୍ପର୍ଶକାତର ବିଷୟ ଓଡିଶାରେ ଦେଖାଦେଇଛି ତାହା ହେଉଛି ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ। ଗତ ୨୪ ଏପ୍ରିଲରେ ସରକାର ଓଡିଶା ପ୍ରବାସୀ ମାନଙ୍କ ଆସିବା ନେଇ ପଞ୍ଜିକରଣ ଆରମ୍ଭ କଲେ। ୨୬ ତାରିଖ ରେ ୪ ଲକ୍ଷ ୮୬ ହଜାର ଡାଟା ଦେଇ ତା ପରଠାରୁ କୋଣସି ଡାଟା ଦେଇନାହାନ୍ତି।ବିଭିନ୍ନ ରାଜ୍ୟରେ ଓଡିଆ ଶ୍ରମିକ ମାନେ କାମ ନପାଇ ଅନେକ ହନ୍ତସନ୍ତ ହେଉଛନ୍ତି । ଆମେ ପରାମର୍ଶ ଦେଇଥିଲୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ମାନଙ୍କୁ ସରକାର ଆର୍ଥିକ ସହଯୋଗ କରନ୍ତୁ ଏବଂ ସେଠି ସେମାନଙ୍କ ର ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଯତ୍ନ ନିଅନ୍ତୁ ।କିନ୍ତୁ ବର୍ତ୍ତମାନ ଓଡ଼ିଶାରେ କୋରନା ଯେମିତି ଉଦ୍ବେଗଜନକ ପରିସ୍ଥିତିରେ ପହଂଚିଛି ଯେଉଁଭଳି ଭାବରେ ଓଡିଶାକୁ ଲୋକ ଫେରୁଛନ୍ତି , ଏ ଲକ୍ଷ ଲକ୍ଷ ଲୋକ ଫେରିବା ପାଇଁ ଅନେକ ଦିନ ଲାଗିବ . ସେ ପର୍ଯ୍ୟନ୍ତ ସରକାର ସେହି ରାଜ୍ୟ ମାନଙ୍କ ରେ ଓଡ଼ିଆ ଭାଇ ଭଉଣୀ ମାନଙ୍କର ଦାଇତ୍ୱ ନେବାପାଇଁ ଆମେ ପରାମର୍ଶ ଦେଇଥିଲୁ .ଗତ ତିନି ଦିନ ହେଲାଣି ଆମେ ଓଡ଼ିଆ ଶ୍ରମିକ ଭାଇଭଉଣୀ ମାନଙ୍କୁ ଫେରେଇ ଆଣିବା ପାଇଁ କଂଗ୍ରେସ ଦଳ ର ରାଷ୍ଟ୍ରୀୟ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ଓଡିଶା କଂଗ୍ରେସ ଯାତ୍ରୀଙ୍କ ଟ୍ରେନ ଭଡା ଦେବାପାଇଁ ପ୍ରସ୍ତୁତ ଥିବାବେଳେ ଏଥି ନେଇ ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସମୟ ମାଗି ମଧ୍ୟ ସେ ଦେଇନାହାନ୍ତି। ପରେ ଲେବର ବିଭାଗର ସଚିବଙ୍କୁ ଭେଟିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିଲା ନାହିଁ.ଆମେ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଟ୍ରେନ ମାଧ୍ୟମରେ ଫେରାଇଆଣିବା ପାଇଁ ତାଙ୍କ ଦେୟ ଦେବାପାଇଁ ପ୍ରସ୍ତୁତ ଅଛୁ ଏ ସମ୍ପର୍କରେ କଂଗ୍ରେସ ପ୍ରତିଶୃତିବଦ୍ଧ।କିନ୍ତୁ ସେ ସୁଯୋଗ ଆମକୁ ଦିଆଯାଉନାହିଁ ।

ବର୍ତ୍ତମାନ ସୁଧା ଆମ ସହାୟତା ନମ୍ବର ରେ ବିଭିନ ଜାଗାରୁ ତିନି ହଜାର ଲୋକ ସମ୍ପର୍କ କରିଛନ୍ତି ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନ ଚାହିଁଲେ ସେମାନେ ରାଜ୍ୟକୁ ଫେରିବା ସମ୍ଭବ ନୁହେଁ ।ସରକାର କୋରେଣ୍ଟାଇନ ଅବଧି ୧୪ ଦିନ ରୁ ୨୧ ଦିନ କୁ ବଢେଇଛନ୍ତି ତାହା ସ୍ୱାଗତଯୋଗ୍ୟ କିନ୍ତୁ ସରକାର ଯେଉଁ କଥା କହିଛନ୍ତି ଯେ କି ଗାଁ କୁ ଫେରି ଆସୁଥିବା ଲୋକମାନେ ରଙ୍ଗ ଲଗେଇବା ଓ ବଗିଚା କାମ ଦିକକୁ ୧୫୦ ଟଙ୍କା ମଜୁରିରେ କରିବେ ଏହା ଏକ ଅବାସ୍ତବ କଥା ।ଯେଉଁ ମାନେ ଦୀର୍ଘଦିନ ଧରି ଅନ୍ୟକାମ କରିବାର ଅଭ୍ୟାସ ରଖିଛନ୍ତି ସେମାନେ ରଙ୍ଗକାମ ଓ ମାଳି କାମ କରିବେ କେମିତି ଏବଂ ମାଟି କାମ କରିବେ କିପରି .ନିର୍ବାଚନ ବେଳେ ଗଦା ଗଦା ନେତା ସୁରଟ ଓ ଓଡିଶା ବାହାରକୁ ଯାଇଁ ପ୍ରଚାର କରନ୍ତି ବର୍ତ୍ତମାନ କିନ୍ତୁ ସେମାନଙ୍କର ଦେଖା ନାହିଁ ।ସରକାର ପଲିଟିକାଲ ଲିଙ୍କ ନେଇ ରେସନ କାର୍ଡ ବାଣ୍ଟିଲେ ବର୍ତମାନ ଗାଁ ଗହଳିରେ ଗରିବଙ୍କ କଣ ଅବସ୍ଥା ଥରେ ବୁଝିଛନ୍ତି କି ?ସରକାର ଯେଉଁ ଯୋଜନା ପ୍ରସ୍ତୁତ କରି ପ୍ରତିଦିନ ଆପଣମାନଙ୍କ ସଂଗେ ବାର୍ତାଳାପ କରୁଛନ୍ତି ଜନ ସାଧାରଣଙ୍କ ଉଦେଶ୍ୟରେ ତାହା କାର୍ଯ୍ୟକାରି ହଉଛି ନା ନାହିଁ ସରକାର ପରଖି ଦେଖିଛନ୍ତି କି ?ଓଡିଶା ବାହାରେ ଥିବା ପ୍ରବାସୀ ମାନଙ୍କୁ ସେଠିକାର ଲୋକମାନେ ଦୁତୀୟା ଶ୍ରେଣୀର ନାଗରିକ ଭାବେ ଗ୍ରହଣ କରୁଛନ୍ତି ।ଗତକିଛିଦିନ ହେଲା ତାମିଲନାଡୁ,ଆନ୍ଧ୍ର ଏବଂ ଗୁଜୁରାଟ ରେ ଓଡ଼ିଆ ଶ୍ରମିକମାନେ ମାଡ ଖାଉଥିବାର ଦୃଶ୍ୟ ଦେଖାଯାଉଛି ।ସରକାରଙ୍କର ଅପରିଣାମତା ଓ ଭୁଲ ନିଷ୍ପତି ପାଇଁ ଆଜି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଭାଇଭଉଣୀ ମାନେ ଦୁର୍ବିସହ ଜୀବନ ଜିଉଁଛନ୍ତି ତେଣୁ ସରକାରଙ୍କୁ ଅନୁରୋଧ କରୁଛି କି ସରକାର ଓଡ଼ିଆ ଭାଇମାନଙ୍କର ସୁରକ୍ଷାପାଇଁ ଯତ୍ନବାନ ହୁଅନ୍ତୁ ।ଚାଷୀମାନେ ରବି ଫସଲ କୁ ହରେଇ ସାରିଛନ୍ତି ଆଗାମୀ ଖରିଫ ଫସଲ କରିବା ପାଇଁ ସରକାର ଚାଷୀମାନଙ୍କୁ ବିହନ ,ସାର ଏବଂ ଆର୍ଥିକ ସହଯୋଗ କରିବା ଉଚିତ।ଆଖୁ ,କପା ଏବଂ ଦୁଗ୍ଧ ଚାଷୀ ମାନଙ୍କ ଅବସ୍ଥା ଅତିଦୟନୀୟ .କର୍ଣାଟକ ସରକାର କିଛି ଭଲ କାମ କରିଛନ୍ତି ତାହା ସ୍ୱାଗତଯୋଗ୍ୟ,କର୍ଣାଟକରେ ମଧ୍ୟ ଆମ ପ୍ରଦେଶ କଂଗ୍ରେସ କମିଟି ଅନେକ ପ୍ରବାସୀ ଓଡ଼ିଆ ମାନଙ୍କୁ ସାହାଯ୍ୟ ସହଯୋଗ କରିଛି ।

ଗଣତନ୍ତ୍ର ଶାସନରେ ସମସ୍ତଙ୍କ ସହ କଥାବାର୍ତ୍ତା କରିବା ଓ ଶୁଣିବା ଦରକାର ।କିନ୍ତୁ ସରକାରୀ ଅଧିକାରୀ ମାନଙ୍କରଏହିପରି ଖମଖିଆଲି ଆଚରଣ କଣ ପାଇଁ ?ସରକାରୀ ଅଧିକାରୀ ମାନେ ନିଜର କର୍ତବ୍ୟପ୍ରତି ସଚେତନ ହେବାକୁ ମୁଁ ପରାମର୍ଶ ଦେଉଛି।ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ବୋଧନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ ,ଜ୍ଞାନଦେବ ବେଉରା ,ସୁଦର୍ଶନ ଦାସ, ଅଭିଷେକ ମହାନନ୍ଦ ,ବିଷ୍ମୟ ମହାପାତ୍ର ଓ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପରିଚାଳନା କରିଥିଲେ।

Spread the love