ବିଭିନ୍ନ ଦବିନେଇ ସିପିଆଇଏମର ରାଜ୍ଯବ୍ଯାପୀ ପ୍ରତିବାଦ

ଭୁବନେଶ୍ବର, ୧୩/୦୫:  ସିପିଆଇ(ଏମ) ରାଜ୍ଯବ୍ଯାପୀ ଡାକରା ଦେଇଥିବା ପ୍ରତିବାଦ ଦିବସ ସମେଇଗଡିଆ, ଚକେଇସିହାଣୀ କମିଟି ତରଫରୁ ପାଳନ କରାଯାଇଛି । ସମଗ୍ର ବିଶ୍ବରେ ଦେଖାଦେଇଥିବା କରୋନା ସଂକ୍ରମଣର ପ୍ରଭାବରେ ଆମଦେଶ ଓ ରାଜ୍ଯରେ ଜନଜୀବନ ସ୍ତବ୍ଦ ହୋଇଯାଇଛି। ସାରାଦେଶରେ ତଥା ଆମ ରାଜ୍ଯରେ ଲକ୍ଷଲକ୍ଷ ଲୋକେ ରୋଜଗାର ହରାଇଛନ୍ତି।  ଛୋଟ, ବଡ କଳ କାରଖାନା ବନ୍ଦ ହୋଇଯାଇଛି। ଛୋଟ ବଡ ବ୍ଯବସାୟ ବନ୍ଦ, ଜାନବାହନ, ଉଠା ଦୋକାନୀ କୃଷକ ଓ କୃଷୀଶ୍ରମି ସମସ୍ତେ ଜୀବାକା ହରାଇଛନ୍ତି । ଏହି ସମୟରେ ରାଜ୍ଯ ବା କେନ୍ଦ୍ର ସରକାର ଙ୍କ ତରଫରୁ ମଣିଷ ବଞ୍ଚିବା ପରି କୌଣସି ଆଖିଦୁସିଆ କାର୍ଯ୍ଯ କି ଆର୍ଥିକ ସହାୟତା ପ୍ରଦାନ କରି ନାହାନ୍ତି ।

ଏହି ପରିସ୍ଥିତିରେ ଜନଗଣଙ୍କ ଚଳନ୍ତି ସମସ୍ଯାକୁ ନେଇ ପ୍ରତିବା ଦିବସ ନିମ୍ନ ଦାବି ନେଇ ଆୟକର ଦେଉ ନଥିବା ପ୍ରତ୍ୟେକ ପରିବାର କୁ ପ୍ରତି ମାସ ରେ ୭୫୦୦/ ଟଙ୍କା ତିନି ମାସ ପାଇଁ ଦିଆଯାଉ। ରେସନ କାର୍ଡ ନଥିବା ପ୍ରତ୍ୟେକ ପରିବାର କୁ ମାସକୁ ୧୦କେଜି ଚାଉଳ ୬ ମାସ ପାଇଁ ଦିଆଯାଉ । କୃଷକ ମାନଙ୍କର ସମସ୍ତ ଋଣ ଛାଡ଼ କର । ସୁଧମୁକ୍ତ ନୂତନ କୃଷି ଋଣ ଦିଆଯାଉ ।
ଧାନ ମଣ୍ଡି ବ୍ୟାପକ ଭାବେ ଖୋଲି “ସର୍ବନିମ୍ନ ସହାୟକ ମୂଲ୍ୟ” ରେ ଧାନ କ୍ରୟ ବ୍ୟବସ୍ଥା କରାଯାଉ।
ମନରେଗା ଯୋଜନା ରେ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୩୦୦/ଟଙ୍କା ଦିଆଯାଉ । ସହରାଞ୍ଚଳରେ କାମ ଏବଂ ରୋଜଗାର ପାଇଁ ବ୍ୟବସ୍ଥା କରାଯାଉ। ଶ୍ରମିକର ଦୈନିକ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କା ଧାର୍ଯ୍ୟ କରାଯାଉ । କୋଭିଡ-19 ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ତ ଫସଲ ଜନିତ କ୍ଷତି ପୂରଣ ସହାୟତା ଦିଆଯାଉ । ଦୁଗ୍ଧ, ଅଣ୍ଡା, କୁକୁଡ଼ା, ମାଛ, ପରିବା, ଫଳ, ବାଦାମ, ମୁଗ, ବିରି, ସୂର୍ଯ୍ୟମୁଖୀ ଫୁଲ ଇତ୍ୟାଦି ସମସ୍ତ କୃଷି ଜାତ ଦ୍ରବ୍ୟ ଗୁଡିକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ସରକାର କିଣନ୍ତୁ ଏବଂ ଖାଉଟିଙ୍କୁ ବିକ୍ରୟ କରନ୍ତୁ । ସମସ୍ତ ରୋଗ ପାଇଁ  ସାର୍ବଜନୀନ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉ ।

ଛାତ୍ର-ଛାତ୍ରୀମାନଙ୍କ ପାଠପଢାକୁ ସୁନିଶ୍ଚିତ କରିବା ପାଇଁ ଦୂରଦର୍ଶନ ଓଡ଼ିଆ ଚ୍ୟାନେଲକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରାଯାଉ । ପ୍ରମ୍ମୁଖ ଦାବିରେ ପାଳନ କରାଯାଇଛି। ଆଜିର ଏହି ପ୍ରତିବାଦରେ ସିପିଆଇ(ଏମ) ଜିଲ୍ଲା ନେତା ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ସମେଗାଡିଆ ସିପିଏମ ବ୍ରାଞ୍ଚ ସଂପାଦକ ବିମଳୀ ନାୟକ,ମହିଳା ନେତ୍ରୀ ଯଶୋଦା ନାୟକ,ଛାତ୍ରୀ ବର୍ଷାର ପ୍ରମ୍ମୁଖ ସାମିଲ ହୋଇ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଜନମାରଣା ନିତୀର ତିବ୍ର ବିରୋଧ କରିବା ସହିତ ଦାବିଗୁଡିକ ସରକାର ଗୁରୁତ୍ବ ଦେଇ ପୁରଣ କରିବାକୁ ଦାବି କରିଥିଲେ।

Spread the love