ଆଇଏଏସ୍ ବଦଳି : ନିକୁଞ୍ଜ ଧଳଙ୍କୁ ଶକ୍ତି, ବିଷ୍ଣୁପଦଙ୍କୁ ରାଜସ୍ୱ

କରୋନା ମୁକାବିଲା ମଧ୍ୟରେ ବରିଷ୍ଠ ଆଇଏଏସ ଅଫିସରସ୍ତରରେ ଆଜି ଅଦଳବଦଳ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି।ସା ସାଧାରଣଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ କରାଯାଇଥିବାବେଳେ ସେଠାରେ ଥିବା ୧୯୯୫ ବ୍ୟାଚ୍ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୯୪ ବ୍ୟାଚ ଆଇଏଏସ୍ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି।ଗ ଗତଦୁଇ ସପ୍ତାହ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଥିଲେ ମଧ୍ୟ ନିକୁଞ୍ଜ ଧଳ ସେଠାରେ ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରୁଥିଲେ।

Spread the love