କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେଉ: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ

କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଏବଂ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକାଶ ପରେ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଗତକାଲି ରଥନିର୍ମାଣ କାର୍ଯ୍ୟକୁ ଜୁନ୍ ୨୨ ସୁଦ୍ଧା ଶେଷ କରିବାକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଧାରିତ ସମସ୍ତ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉ । ରଥଯାତ୍ରା ଏକ ଧାର୍ମିକ କାର୍ଯ୍ୟକ୍ରମ। କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଜଗନ୍ନାଥଙ୍କ ରଥଯାତ୍ରା ସହିତ ଜଡ଼ିତ। ଏହି ଭାବାବେଗକୁ ସମ୍ମାନ ଜଣାଇ ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରଥଯାତ୍ରାକୁ ଧାର୍ମିକରୀତି ଅନୁସରଣପୂର୍ବକ ଅନୁଷ୍ଠିତ କରାଯାଉ ।

ଏଥିରେ ବ୍ୟତିକ୍ରମ ଦେଖାଦେଲେ ସବୁଦିନ ପାଇଁ ଏହାକୁ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବରେ ବିବେଚନା କରାଯିବ ବୋଲି ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି ବରିଷ୍ଠ ଦଇତାପତି ସେବକ ତଥା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

Spread the love