ବିନା ବ୍ୟାଟେରିରେ କେମିତି କରିବେ ମୋବାଇଲ ଚାର୍ଜ

ଆମେରିକାର ମାସାଚୁସଟସ୍ ଇନଷ୍ଟିଚ୍ୟୁଟ ଟେକ୍ନଲୋଜିର କାରଗିର ବିଜ୍ଞାନୀଙ୍କ ଦ୍ବାରା ଏକ ନୂଆ ଟେକ୍ନଲୋଜି ଉଦ୍ଭାବନ ହୋଇଛି ।  ଏହି ଜ୍ଞାନ କୌଶଳ ଉପଯୋଗରେ ବିଜ୍ଞାନାମାନେ ଏକ ସ୍ମାର୍ଟ ଯନ୍ତ୍ର ବିକଶିତରେ ସକ୍ଷମ ହୋଇଛନ୍ତି । ତାହା ରେକ୍ଟେନା ଭାବେ ନାମିତ ।

ବିନା ବ୍ୟାଟେରିରେ ମୋବାଇଲ ଫୋନକୁ ଚାର୍ଟ କରିବାକୁ ଯନ୍ତ୍ରଟି ସକ୍ଷମ । ଯନ୍ତ୍ରଟି ଏକ ଏଣ୍ଚିନା ଭଳି କାମ କରିବ। ଏଥିରି ରେଡିଓ ସିଗନାଲ ମାଧ୍ୟମରେ ମୋବାଇଲ ଫୋନ, ଲାପଟପ ଆଦି ଚାର୍ଜ କରାଯାଇପାରିବ । ଏହି ଜ୍ଞାନ କୌଶଳ  ଉପଯୋଗରେ ଭବିଷ୍ୟତରେ ଇଲେକ୍ଟ୍ରୋନିକ ଇଣ୍ଟେଲିଜେନ୍ସର ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ବୈଜ୍ଞାନିକଙ୍କ ମତ ।

Spread the love