ଆରୋଗ୍ୟ ହେଲେ ଆଉ ୧୫ ‘କରୋନା’ ଆକ୍ରାନ୍ତ, ୧୫୮ରେ ପହଞ୍ଚିଲା ସଂଖ୍ୟା

ଆଉ ୧୫ ଜଣ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହେଲେ। ସେମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏମାନଙ୍କୁ ମିଶାଇ ଅଜି ସୁଦ୍ଧା ରାଜ୍ୟରେ ୧୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।ଓଡ଼ିଶାରେ ୬୧୧ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କେବଳ ଯାଜପୁର ଜିଲ୍ଲାରୁ ଅଛନ୍ତି ୮୮ ଜଣ। ସେମାନଙ୍କ ଭିତରୁ ପୂର୍ବରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଆଉ ୪୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏମାନଙ୍କ ଭିତରୁ ଅଧିକାଂଶଙ୍କର କଲିକତା ଲିଙ୍କ ରହିଥିବା ଜଣାପଡ଼ିଛି।ଆଜି ସୁଦ୍ଧା ‘କରୋନା’ରେ ରାଜ୍ୟ ୩ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୫୦ ଜଣ ବିଭିନ%

Spread the love