ଗରିବ, ଚାଷୀ ଓ ଶ୍ରମିକଙ୍କ ପାଇଁ ପ୍ୟାକେଜ

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଶ୍ରମିକ ଶ୍ରେଣୀ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି।

ଚାଷୀ

୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ରିଲିଫ୍ ମିଳିସାରିଛି। ଗତ ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍ କାର୍ଡ ଦିଆଯାଇଛି। ଏହି କ୍ରେଡିଟ୍ ଜରିଆରେ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏମ୍ଏସଏମ୍ଇ ପ୍ୟାକେଜ ଜରିଆରେ କେନ୍ଦ୍ର ଶ୍ରମିକ ଏବଂ ଦିନ ମଜୁରିଆ ଏବଂ ଚାଷୀଙ୍କୁ ମଧ୍ୟ ସହଯୋଗ ମିଳିବ। ତେବେ ୩୧ ମେ’ ଯାଏ ଚାଷୀଙ୍କୁ ଋଣ ପରିଶୋଧ ନେଇ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର।

ଦେଶରେ ଯଦିଓ କରୋନା ଆକ୍ରାନ୍ତ ହୋଇଛି। ତଥାପି ଏହି ସମୟରେ ଗାଁ ଗୁଡ଼ିକ ଉପରେ ନଜର ରଖିଛନ୍ତି ସରକାର। ବ୍ୟାଙ୍କ ଜରିଆରେ ଗାଁ ଗୁଡ଼ିକର ଆର୍ଥିକ ଗତିବିଧି ଉପରେ ସରକାର ନଜର ରଖିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ୬୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି।ମାର୍ଚ୍ଚରେ ନାବାର୍ଡ ଜରିଆରେ ଗ୍ରାମୀଣ ବ୍ୟାଙ୍କ ଗୁଡ଼ିକୁ ଟଙ୍କା ଯୋଗାଇ ଦିଆଯାଇଛି। ଏହା ଜରିଆରେ ଚାଷୀଙ୍କୁ ଋଣ ପ୍ରଦାନ କରାଯିବ। ରାଜ୍ୟ ସରକାର ଚାହିଁଲେ ଏହି ଟଙ୍କାକୁ ପ୍ରବାସୀ ଶ୍ରମିକଙ୍କ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରିପାରିବେ। ଏ ନେଇ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି ବୋଲି ନିର୍ମଳା କହିଛନ୍ତି।

ଗରିବ

ସେହିପରି ଗରିବ ସହରାଞ୍ଚଳ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାର ୧୧ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ଦୁଇ ମାସରେ ଏହି ବ୍ୟବସ୍ଥା କରାଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ

ସାରା ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ଏହି ଗ୍ରୁପ ଜରିଆରେ ୩ କୋଟି ସାନିଟାଇଜର ମାସ୍କ ଏବଂ ସାନିଟାଇଜର ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହା ତିଆରି ହୋଇଛି। ୭୨୦୦ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଛି। ମାର୍ଚ୍ଚ ୧୫ରୁ ଏହି ଗୋଷ୍ଠୀ ଆରମ୍ଭ ହୋଇଛି। ସେମାନଙ୍କୁ ରିଓ୍ୱଲିଂ ଫଣ୍ଡରୁ ସହାୟତା କରାଯାଉଛି। ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟ ସହଯୋଗ କରୁଛନ୍ତି।

ଶ୍ରମିକ

ସେହିପରି ପ୍ରବାସୀ ଶ୍ରମିକଙ୍କୁ ନେଇ ସୀତାରମଣ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଚିନ୍ତାଜନକ। ସେମାନଙ୍କର ଦୈନିକ ପାରିଶ୍ରମିକ ହାରାହାରି ୨୦୨ ଟଙ୍କା ରଖାଯାଇଛି। ଯେଉଁ ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି ସେମାନଙ୍କୁ ମନରେଗା ଯୋଜନା ଜରିଆରେ କାମ ଦିଆଯିବ। ମନରେଗା ଯୋଜନା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ଖର୍ଚ୍ଚ କରାଯିବ।

ପ୍ରବାସୀ ଶ୍ରମିକମାନେ ଚାହିଁଲେ ନିଜକୁ ପଞ୍ଜୀକୃତ କରିପାରିବେ। ଦୈନିକ ମଜୁରୀ ଏବେ ୧୮୨ ରୁ ୨୦୨ କୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଯେଉଁ ସଂସ୍ଥାରେ ୧୦ ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି ସେମାନେ ଏସଆଇସି ମାଧ୍ୟମରେ ଉପକୃତ ହେବେ। ଯେଉଁଠାରେ ଶ୍ରମିକମାନେ ବିପଦଜନକ ଭାବରେ କାମ କରୁଛନ୍ତି ସେଠାରେ ଇଏସଆଇସି ସୁବିଧା ଯୋଗାଇବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନାକୁ ମଧ୍ୟ ସେଠାରେ ଲାଗୁ କରିବା ବାଧ୍ୟତାମୂଳକ ବୋଲି ନିର୍ମଳା କହିଛନ୍ତି। ସେହିପରି ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ଅନୁରାଗ ଠାକୁର କହିଛନ୍ତି।

Spread the love