ସ୍ୱାଧୀନତା ସଂଗ୍ରାମୀ ଭାଵନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ,ଗନ୍ଧିବାଦୀ ନେତା ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ପରଲୋକ ହୋଇଛି। କ୍ୟାପିଟାଲ ହସ୍ପିଟାଲ ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁଶଯ୍ୟା  ନିକଟରେ ପରିବାର ଲୋକେଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉପସ୍ଥିତ ଥିଲେ। ସ୍ୱର୍ଗତ ପଟନାୟକ ୧୯୨୨ ମସିହାରେ ପୁରୀ ଜିଲ୍ଲା ନିମପଡାରେ ଜନ୍ମ ଗ୍ରହଣ କରିଥିଲେ।

ମହାତ୍ମାଗାନ୍ଧୀଙ୍କ ଅଦର୍ଶରେ ଅନୁପ୍ରାଣିତ ହୋଇ ୧୯୨୪ରେ ସତ୍ୟାଗହ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।  ସେ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Spread the love