ଆଜି ୪୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ୬୭୨କୁ ବୃଦ୍ଧି

ଭୁବନେଶ୍ୱର:  ଆଜି ୪୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୁରୀରୁ ୧୦, ଭଦ୍ରକରୁ ୬ , ଯାଜପୁରରୁ ୨, ନୟାଗଡରୁୁ ୩ , ଦେବଗଡ଼, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୪, ବାଲେଶ୍ବରରେ ୧୦୨, ଯାଜପୁରରେ ୯୦ , ସୁନ୍ଦରଗଡ଼ ୨୫, ପୁରୀ ୧୪, କେନ୍ଦ୍ରାପଡ଼ା ୨୨. ଅନୁଗୁଳ ୧୫,ଖୋର୍ଦ୍ଧାରେ ୫୩, ଦେବଗଡ଼ ୨ରେ, ଭଦ୍ରକରେ ୪୬, ନୟାଗଡ଼ରେ ୪ ଓ ଜଗତସିଂହପୁରରେ ୫ରେ ପହଞ୍ଚିଛି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି। ରାଜ୍ୟରେ ୧୪ ତାରିଖରେ ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love