ଦୂର ହେଉଛି ସଂଶୟ : ସ୍ନାନ, ଅଣସର ଓ ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା

ପୁରୀ : ଧୀରେଧୀରେ ଦୂର ହୋଇଆସୁଛି ରଥ ନେଇ ରହିଥିବା ସଂଶୟ । ଶ୍ରୀକ୍ଷେତ୍ର ଭକ୍ତିଭାବାପନ୍ନ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ଭଉଁରୀ ଯାତ୍ରା ।

ପୁରୀରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ନୃସିଂହ ଚୁତୁଦ୍ର୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ମଧ୍ୟ ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ସେପଟେ ଗାଇଡ୍‌ଲାଇନ୍‌ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଆୟୋଜିତ ବୈଠକରେ ବିସ୍ତତ ଆଲୋଚନା ହୋଇଛି ।

ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଅାଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଅାରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।

ସମସେ୍ତ ଥିଲେ ବେଶ୍‌ ଉତ୍ସାହିତ ।ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଅାରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତମାନଙ୍କ ପାଇଁ ଏକ ଚାଲେଞ୍ଜ୍‌ ଥିଲା । ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଅାଉ ଏକ ପର୍ଯ୍ୟାୟ ଅାରମ୍ଭ ହୋଇଛି । ଅାଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍‌ ସମୟରେ ରଥ ନିର୍ମାଣ ସଂପୂଣ୍ର୍ଣ ହେବ ବୋଲି ସମସେ୍ତ ଅାଶାବାଦୀ ଅଛନ୍ତି ।

ସେପଟେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗ ବିସ୍ତତ ରିପୋର୍ଟ ଦେବ ।

Spread the love