ଚାଲିଗଲେ ଆଉଜଣେ ମହାନାୟକ

ଓଡ଼ିଆ ସିନେମା ଜଗତରୁ ନିରବୀଗଲା ଆଉ ଜଣଙ୍କର ସ୍ୱର । ନିସ୍ତେଜ ହୋଇଗଲା ନିର୍ଦ୍ଦେଶ ଦେଉଥିବା ଶରୀର । ମରଣ  କୋଳରେ ମୁହଁ ମାଡି ଶୋଇଯାଇଛନ୍ତି ଓଡିଆ ସିନେ ଜଗତର ମହାନ ନିର୍ଦ୍ଦେଶକ ଚକ୍ରଧର ସାହୁ । ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲଙ୍ଗ୍ ଇନଫେକ୍ସ ପୀଡ଼ିତ ଥିଲେ। 15 ଦିନ ଧରି ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ 5ଟା 45 ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି।

‘ନୀଳ ମା-ଷ୍ଟ୍ରାଣୀ’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ’ ଓ ‘ତୁମକୁ ପାରିନି ତ ଭୁଲି’ର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର। ଓଲିଉଡରେ ଜଣେ ଜଶାଶୁଣା ସିନେ ନିର୍ଦ୍ଦେଶକ ହେଉଛନ୍ତି ଚକ୍ରଧର। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଛି।

Spread the love