ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର, ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା !

ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୁସି ଖବର ପରିଲକ୍ଷିତ ହୋଇଛି । କାରଣ କଥାଟି ଅନ୍ୟଙ୍କ ପାଇଁ ଗ୍ରହଣୀୟ ନହେଲେ ବି ସତ । କାରଣ ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା । ଯାହା ଶୁଣିଲେ ସମସ୍ତଙ୍କୁ ଚକିତ ଓ ଆଶ୍ଚର୍ଯ୍ୟ କରିବ । କଥାଟି ଯାହାକୁ ମଧ୍ୟ କହିଲେ ସେ ଅବସ୍ୟ ନା କରୁଛି, ହେଲେ କଥାଟି ବିଲକୁଲ ସତ । ଏବେ ବଜାରରେ ଏମିତି କୁକୁଡା ଅଣ୍ଡା ମିଳିବ ଯାହାକୁ ନିରାମିଷ ଖାଦ୍ୟ ଖାଉଥିବା ବ୍ୟକ୍ତି ମଧ୍ୟ ଖାଇ ପାରିବେ । ଏହି ଅଣ୍ଡା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି ।

ସୂଚନା ମିଳିଛି କି, ଏବେ ମେରଟର ସର୍ଦାର ବଲ୍ଲଭ ଭାଇ ପଟେଲ କୃଷି ବିଶ୍ୱ ବିଦ୍ୟାଳୟରେ ଆୟୁର୍ବେଦିକ ଅଣ୍ଡା ଉପରେ ଗବେଷଣା କରାଯାଉଛି । ଏହି ଅଣ୍ଡା ଜଣେ ମଣିଷକୁ ସୁସ୍ଥ ରଖିବାରେ ଲାଭଦାୟକ ହେବ । ଏହାର ଉତ୍ପାଦନକୁ ନେଇ ଏହି ବିଶ୍ୱ ବିଦ୍ୟାଳୟ ଜୋରଦାର ପ୍ରୟାସରେ ଲାଗିଛି । ମୁଖ୍ୟତଃ ସାଧାରଣ ଅଣ୍ଡାର ରଙ୍ଗ ଧଳା ଅଟେ । ହେଲେ ଏହି ଆୟୁର୍ବେଦିକ ଅଣ୍ଡାର ରଙ୍ଗ ଗୋଲାପୀ ରହିଛି ।

ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏହି ଅଣ୍ଡା ପାଇବା ପାଇଁ କୁକୁଡା ମାନଙ୍କୁ ଆୟୁର୍ବେଦିକ ଦାନା ଖାଇବାକୁ ଦିଆଯାଉଛି । ଏଥିଲାଗି କୁକୁଡାଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ଖାଇବା ଚାର୍ଟ ତିଆରି କରାଯାଇଛି । ଯାହାକୁ ନେଇ ରିସର୍ଚ କରୁଥିବା ଛାତ୍ରଛାତ୍ରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି । ଏହି ଅଣ୍ଡାର ମୂଲ୍ୟ ୨୩ରୁ ୨୪ଟଙ୍କା ଭିତରେ ରହିବ ବୋଲି ଜଣାପଡିଛି ।

Spread the love