ମହାରାଷ୍ଟ୍ରରେ ମେ’ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ ସରକାର ରାଜ୍ୟରେ ଲକ୍‌ଡାଉନ୍ ଅବଧିକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ଏବେ ସ୍ଥିତିରେ କୌଣସି ସୁଧାର ଆସିବାର ସଙ୍କେତ ନଥିବା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୪.୦ ନେଇ ଗାଇଡ୍‌ ଲାଇନ୍ ଘୋଷଣା କରିବା ପୂର୍ବରୁ ମହାରାଷ୍ଟ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।ମହାରାଷ୍ଟ୍ରରେ ଗତକାଲି ୧,୬୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୬୭ ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ କେବଳ ମୁମ୍ବାଇର ୪୧ ଜଣ ଥିଲେ। ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୭୦୬ରେ ପହଞ୍ଚିଛି। ସେହିଭଳି କରୋନାରେ ଏଠାରେ ୧,୧୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି। କେବଳ ମୁମ୍ବାଇରେ ୧୮,୫୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୯୬ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୨୭ ଛୁଇଁଥିବା ବେଳେ ୨୮୭୨ ଜଣଙ୍କର ମୃତ୍ୟୁ ଘଟିଛି।

Spread the love