ବିପର୍ଯ୍ୟୟ ପରିଚାଳନା କମିଟି ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଓଡିଶାମୁହାଁ ବାତ୍ୟା ଅମ୍ଫାନ ସୁପର ସାଇକ୍ଲୋନର ରୂପ ନେଇପାରେ | ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଏହାର ଗତି ପ୍ରତି ଘଣ୍ଟାରେ ପରିବର୍ତ୍ତନ ହେଉଛି | ଆଗାମୀ ୧୨ ଘଣ୍ଟାରେ ଏହା ସୁପର ସାଇକ୍ଲୋନରେ ପରିଣତ ହୋଇପାରେ | ସାଧାରଣତଃ ଏହିଭଳି ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୫୦ କି:ମି:ରୁ ଅଧିକ ରହିଥାଏ | ଏହିଭଳି ବାତ୍ୟା ୧୯୯୯ ମସିହାରେ ଓଡିଶାରେ ହୋଇଥିଲା | ଗତ ୬ ଘଣ୍ଟାରେ ଅମ୍ଫାନ ର ଗତି ଘଣ୍ଟା ପ୍ରତି ୧୩ କି:ମି: ଥିଲା | ଏହା ସୁପର୍ ସାଇକ୍ଲୋନର ରୂପ ନେଲେ ପବନର ବେଗ ଘଣ୍ଟା ପ୍ରତି ୨୬୦ କି:ମି: ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି |ଦେଶର ଅଲଗା ଅଲଗା ସ୍ଥାନରେ ବାତ୍ୟା ଅମ୍ଫାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୪ଟା ରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟି ସହ ମହତ୍ଵପୁର୍ଣ ବୈଠକ କରିବେ | ଏହି ବୈଠକରେ ଗୃହ ମନ୍ତ୍ରାଳୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ | ଏନେଇ ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି |

ଅମ୍ଫାନ ବର୍ତ୍ତମାନ ବାଙ୍ଗଲାଦେଶ ମଧ୍ୟ ଭାଗରେ ଏବଂ ଦକ୍ଷିଣ ଭାଗରେ ଗତିଶୀଳ ରହିଛି | ଏହା ଉତ୍ତର ପୂର୍ବ ଆଡକୁ ଗତି କରୁଛି | ସୋମବାର ସକାଳ ୫ଟା ୩୦ ମିନିଟରେ ଏହା ପାରାଦୀପରୁ ୭୯୦ କିମି ଦୂରରେ ଥିଲା | ଦିଘା କୁଳରୁ ଏହା ୯୪୦ କିମି ଦୂରରେ ଥିଲା | ରାଜ୍ୟର ୧୨ଟି ଜିଲ୍ଲାରେ ଝଡ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ରାଜ୍ୟର ୧୨ଟି ଉପକୂଳ ଜିଲ୍ଲା ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡରେ ହାଇ ଆଲର୍ଟ ଜାରି କରାଯାଇଛି |

Spread the love