ଯୌନ ରାକ୍ଷସ, କୁକୁରକୁ ବି ଛାଡ଼ିଲେନି

ଅମାନବୀୟ, ଅମାନୁଷିକତା, ଘୃଣ୍ୟ ମାନସିକତା । ଯାହା କହିଲେ ବି କମ୍‌ ହେବ । ରାଜଧାନୀରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଶୁଣିଲେ ଆପଣଙ୍କ ଲୋକ ଟାଙ୍କୁରିଯିିବ । ଶନିବାର ରାତି ସାଢ଼େ ୮ ଟାବେଳେ ଭୁବନେଶ୍ୱର ପଟିଆ ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ବୁଲା କୁକୁର ସହ ନିଜର ଯୌନ କ୍ଷୁଧା ମେଣ୍ଟାଇବାକୁ ଉଦ୍ୟମ କରିଥିଲେ। ସୋସାଇଟିର କିଛି ବ୍ୟକ୍ତି ଏ ଦୃଶ୍ୟ ଦେଖି ସିକ୍ୟୁରିଟି ଗାର୍ଡକୁ ଅଟକ ରଖିଥିଲେ। ଜଣାଇଥିଲେ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ସଙ୍ଗଠନକୁ । ଆଜି ସଙ୍ଗଠନ ପକ୍ଷରୁ ଇନଫୋସିଟି ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡକୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଓୟୁଏଟିକୁ ନିଆଯାଇ, କୁକୁର ଡାକ୍ତରୀ ମାଇନା କରାଯାଇଛି। ରିପୋର୍ଟ ଆସିବା ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଥିବା ଇନଫୋସିଟି ଥାନା ପକ୍ଷରୁ ସୂଚନା ମିଳିଛି । ତେବେ କୁକୁରଙ୍କ ପ୍ରତି ଏଭଳି ଘୃଣ୍ୟ କାମ ବାରମ୍ବାର ଘଟି ଚାଲିଛି । ନିକଟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଥିଲେ ଜଣେ ମହିଳା । ମେ ୧୫ ତାରିଖରେ ରସୁଲଗଡ ଅଞ୍ଚଳରେ ଏକ କୁକୁରର ଗୋଡ ବାନ୍ଧି କେହି ପିଟିପିଟି ହତ୍ୟା କରିଥିଲା। ଗତବର୍ଷ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ଟି କୁକୁର ଛୁଆ ଗାଡି ଚାପଇ ହତ୍ୟା କରିବା ଅଭିଯୋଗରେ ଜଣେ ଓଲା ଡ୍ରାଇଭର ଗିରଫ ହୋଇଥିଲା।

Spread the love