ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର- ହତ୍ଯା ଅଭିଯୋଗ

ଅନୁଗୁଳ,( ବିକାଶ ଚନ୍ଦ୍ର ସାହୁ ): ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳା ଗ୍ରାମର ବିଲ ମଝିରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ମୃତକ ଜଣକ କୁଶକିଳା ଗ୍ରାମର ବୁଧୁ ନାଏକ । ଗତକାଲି ସନ୍ଧ୍ୟାରେ ବୁଧୁ ଖାଇ ସାରିବା ପରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ଆଜି ସକାଳେ ବିଲମାଲର ଏକ ହୁଡା ଉପରେ ଗୋଟିଏ ମୃତ ଦେହ ପଡିଥିବା ଛୋଟ ପିଲାମାନେ ଦେଖି ଗାଁରେ ଖବର ଦେଇଥିଲେ। ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଶବଟି ବୁଧୁଙ୍କର ବୋଲି ଜାଣିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ । ବୁଧୁଙ୍କର ବେକମୂଳରେ ମାଡର ଦାଗ ଥିବା ବେଳେ ସେ ଖାଇଥିବା ଖାଦ୍ୟ ନାକ ଓ ପାଟିରୁ ବାହାରି ଯାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକ ବୁଧୁଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କାଟି ଜରପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Spread the love