“ଅମ୍ଫାନ” ଖାତିର ନକରି ଲୋକକୁ ଖାଦ୍ୟ ଦେଇ ବାଣ୍ଟିଲେ ସମାଜସେବୀ ନଳିନୀକାନ୍ତ ମହାନ୍ତି

ଭୁବନେଶ୍ୱର, ୨୦/୦୫: ଯେଉଁ ସମୟରେ ସାରା ରାଜ୍ୟବାସୀ “ଅମ୍ଫାନ”ର ତାଣ୍ଡବକୁ ଦେଖି କୋକୟା ଭୟରେ ଥିଲାବେଳେ ରାଜଧାନୀରେ  ସେହି ସମୟରେ ବାତ୍ୟା “ଅମ୍ଫାନ”କୁ ଖାତିର ନକରି ଲୋକଙ୍କ ସେବ। ପାଇଁ ଆଗକୁ ଅଣ୍ଟା ଭିଡିଛନ୍ତି ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ) ଏବଂ ଅଭିକ୍ଷା ଟ୍ରଷ୍ଟ।  ଦୁର୍ଗମ ଅଞ୍ଚଳରେ ଫଶି ରହିଥିବା ଲୋକମାନେ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ଖାଦ୍ୟ ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ଅତି କମ୍ ବୟସରୁ ପ୍ରତେକ ଅଂଚଳର ଆଖିର ତାରକା ହୋଇପାରିଛି ।

ତାଙ୍କର ଏଭଳି ସମାଜ ପାଇଁ ସେବା ଆଖପାଖ ଅଞ୍ଚଳରେ ବେସ୍ ଚର୍ଚ୍ଚାର ବିଷୟ ହୋଇଉଠିଛି। ଯେଉଁ ସମୟରେ ଅମ୍ଫାନ ତା’ର କୋପ ଦେଖାଇ ଚାଲିଥାଏ ସେହି ସମୟରେ ନିଃସ୍ୱାର୍ଥପର ହୋଇ ରସୁଲଗଡ଼ ସବରସାହି, ଭୋଇସାହି, ବାଲିଆପଠା ବସ୍ତି, କିମ୍ଭୀରିଆ ବସ୍ତି,ସାଇ ବିହାର, ଜଗନ୍ନାଥ ବିହାର, ମୁଣ୍ଡା ବସ୍ତି, ଜି.ଜି.ପି କଲୋନୀ ଆଦି ଅଞ୍ଚଳରେ ଘରଘର ବୁଲି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ।

Spread the love