ଯୁବକଙ୍କ ତଣ୍ଟି କାଟିଦେଲେ 

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ସହରସ୍ଥିତ  ନୂଆ ଶାସନ ଛକ ଠାରେ ଆଜି ଜଣେ ଯୁବକର ତଣ୍ଟିକୁ କେହି ଦୁର୍ବୃତ୍ତ କାଟି ରକ୍ତାକ୍ତ ଅବସ୍ଥାରେ ପକାଇ ଦେବା ଘଟଣା ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ଆଖପାଖର ଲୋକମାନେ ସଂକଟାପନ୍ନ ଅବସ୍ଥାରେ ଆହତ ଯୁବକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ନାମ ବରୁଣ କୁମାର ଓଝା (୪୦) ହୋଇଥିବା ବେଳେ ତାଙ୍କ ଘର ସଦର ବ୍ଲକ ଭାପୁର ଗୋବିନ୍ଦପ୍ରସାଦରେ । ସେ  ସହରର ଲକ୍ଷ୍ମୀବଜାର ସ୍ଥିତ ଏକ ହୋଟେଲ୍‌ରେ ସେଲ୍‌ସମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି।  ସେ ହୋଟେଲ୍‌ରୁ କୌଣସି କାମରେ ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ କିଏ ଓ କାହିଁକି ଏଭଳି ଘଟଣା ଘଟାଇଛି ତାହା ଜଣାପଡ଼ିନାହିଁ। ବରୁଣ ସୁସ୍ଥ ହେବା ପରେ ଏଭଳି ମରଣାନ୍ତକ ଆକ୍ରମଣର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଏ ସ˚ପର୍କରେ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।  
Spread the love