ଆଉ ୮୬ କରୋନା ପଜିଟିଭ୍ ଚିହ୍ନଟ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ଆଉ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୯୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି।ନୂଆ କରି ଚିହ୍ନଟ ହୋଇଥିବା ଏହି ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ସେହିପରି ୫ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

 

ରାଜ୍ୟରେ ବେକାବୁ ହେଲାଣି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ଧରୁନି। ଆଜି ପୁଣି ୮୬ ଜଣ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ୧୧୮୯କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିରୁ ୮୦ ଜଣ ସଂଗରୋଧ କନ୍ଦ୍ରରୁ ଚିହ୍ନଟ ହୋଇଛି। 

ଯାଜପୁରରେ ସର୍ବାଧିକ ୪୬ଜଣ ଚିହ୍ନଟ ହୋଇଥିବାବେଳେ କଟକ ରେ ୧୧ ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ଼ରେ ୬, ବାଲେଶ୍ୱର, ଭଦ୍ରକ, କେଉଁଝର, ଖୋର୍ଦ୍ଧା, ପୁରୀ ରୁ ୩ଜଣ ଲେଖାଏଁ ଏବଂ ବଲାଙ୍ଗୀର ରୁ ୨ ସୁନ୍ଦରଗଡ ଜଣେ  ଚିହ୍ନଟ ହୋଇଛନ୍ତି। 

Spread the love