ମଧ୍ୟାହ୍ନ ଭିତରେ ଅର୍ଡର, ସନ୍ଧ୍ୟା ପୂର୍ବରୁ ମଦ ହୋମ ଡେଲିଭରି

ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ  ସ୍ଥିର କରିଛନ୍ତି । ଏଥିପାଇଁ ଅଧିକ ସର୍ଭିସ୍‌ ଚାର୍ଜ  ଦେବାକୁ ପଡିବ। ସର୍ଵ ର୍ନମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି  ସ୍ଥିର ହୋଇଛି।

ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ । ମଦ ଦୋକାନୀ ଡେଲିଭରି ବୟ ରଖି ମଦ ହୋମ୍‌ ଡେଲିଭରି କରିପାରିବେ । ମଦ ଯୋଗାଣକାରୀ ପିଲା ସାମାଜିକ ଦୂରତ୍ୱକୁ ଭଲ ଭାବେ ପାଳନ କରିବେ। ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଡର ନିଆଯିବ। ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇ ପାରିବ। ଯଦି ଅଧିକ ଡେଲିଭରି ରହିଛି, ପରଦିନ କରାଯାଇପାରିବ । ଅନ୍ୟପଟେ ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିବା ବାଧ୍ୟତାମୂଳକ ।

ଦୋକାନ ନଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ଘରେ ପହଞ୍ଚାଣ କରିବା ଠିକ ହେବ ବୋଲି ଏକ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଛି । ଅବକାରୀ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶ ଅନୁସାରେ, ଘରେ ଖାଦ୍ୟ ପହଂଚାଉ ଥିବା ସଂସ୍ଥା ଅବକାରୀ ବିଭାଗଠାରୁ ଉପଯୁକ୍ତ ଫୋରମ୍‌ରେ ଅନୁମତି ନେଇ ମଦ ବିକ୍ରି କରିପାରିବ । ଏଥିପାଇଁ ମଦ ଦୋକାନର ତଥ୍ୟ, ମଦ ବା କମ୍ପାନୀର ନାଁ ଓ ମୂଲ୍ୟ ବିଷୟରେ ତଥ୍ୟ ଓଏସ୍‌ବିସିଏଲ୍‌ (ଓଡ଼ିଶା ଷ୍ଟେଟ୍‌ ବ୍ରିଭରେଜ୍‌ କର୍ପୋରେସନ ଲିମିଟେଡ୍‌) ୱେବ୍‌ସାଇଟ୍‌ରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସଂଗ୍ରହ କରିବ । ଡେଲିଭରି ବୟର ସବୁ ତଥ୍ୟ ଅବକାରୀ ବିଭାଗ ପାଖରେ ରହିବ ବୋଲି କୁହାଯାଇଛି।

ଗ୍ରାହକମାନେ ମଧ୍ୟ ଓଏସ୍‌ବିସିଏଲ୍‌ ୱେବ୍‌ସାଇଟ୍‌ରୁ ତଥ୍ୟନେଇ ମଦ କୋକାନୀଙ୍କ ସହ ଫୋନ୍‌ରେ କଥା ହୋଇ ଅର୍ଡର କରିବେ । ଅର୍ଡର ବେଳେ ନିଜର ମୋବାଇଲ୍‌ ନମ୍ୱର, ଆଧାର ନମ୍ୱର କିମ୍ୱା ଭୋଟ୍‌ର ପରିଚୟପତ୍ର ନମ୍ୱର ଦେବା ବାଧ୍ୟତାମୂଳକ । ଅର୍ଡର ପାଇ ଗ୍ରାହକଙ୍କ ସବୁ ତଥ୍ୟ ରେଜିଷ୍ଟରରେ ଲେଖି ନିଜ ଦୋକାନର ଡେଲିଭରି ବୟ ଦ୍ୱାରା ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଇବେ ।

Spread the love