ଓଡିଆଙ୍କ ସହ ଦୁର୍ଦ୍ଦିନରେ ଠିଆ ହୋଇଥିବାରୁ ସାଢେ ୪ କୋଟିଓଡିଆଙ୍କ ତରଫରୁ ଧନ୍ୟବାଦ : ସମୀର ମହାନ୍ତି

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ଓ ସହାୟତା

 – ଦୀର୍ଘ ୨ ଘଂଟା ଆକାଶ ମାର୍ଗରୁ କ୍ଷୟକ୍ଷତିର ଟିକିନିଖି ଅନୁଧ୍ୟାନ
-  ଦୀର୍ଘ ୧ ଘଂଟାରୁ ଉର୍ଦ୍ଧ୍ୱ ସମୟର ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା
 – ୫୦୦ କୋଟିର ତତ୍କାଳୀନ ସହାୟତା
 – ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଲା ପରେ ଅଧିକ ସହାୟତାର ପ୍ରତିଶ୍ରୁତି
 – ଗୃହ, ଚାଷ, ଶକ୍ତି, ଯୋଗାଯୋଗ ଓ ଭତିଭୂମି ପାଇଁ ସହାୟତାର ଦେଇଛନ୍ତି ପ୍ରତିଶ୍ରୁତି
- କରୋନା ପାଇଁ ପାଖାପାଖି ୮୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରୁ ବାହାରି ନଥିବା ପ୍ରଧାନମନ୍ତ୍ରୀ ପ୍ରଥମ
ଗସ୍ତରେ ପୂର୍ବ ଭାରତ ତଥା ଓଡିଶାକୁ ଧ୍ୟାନ ଦେବା ତାଙ୍କର ଓଡିଶା ପ୍ରତି ଥିବା ଦରଦର ପ୍ରମାଣ

ଭୁବନେଶ୍ୱର : ଓଡିଶାର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ସାହାଯ୍ୟ ଓ  ସହଯୋଗର ହାତ ବଢାଇଥିବାରୁ ସାଢେ ୪ କୋଟି ଓଡିଆଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି  ଶ୍ରୀ ସମୀର ମହାନ୍ତି ।  ଶ୍ରୀ ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଦୀର୍ଘ ୨ ଘଂଟା କାଳ ପ୍ରଭାବିତ ଜିଲ୍ଲା ଗୁଡିକୁ ଆକାଶ ମାର୍ଗରୁ ଟିକିନିଖି ଦେଖିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ଦୁଇ ଘଂଟା କାଳ ବୁଲି ଦେଖିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଦୀର୍ଘ ୧ ଘଂଟା କାଳ ରାଜ୍ୟରେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । ଆକାଶ ମାର୍ଗରୁ ଟିକିନିଖି ୨ ଘଂଟା କାଳ ଦେଖିବା ଓ ପରିସ୍ଥିତିର ଘଂଟାଏ କାଳ  ସମୀକ୍ଷା କରିବା ଓଡିଶାର ଦୁର୍ଦ୍ଦିନରେ ପ୍ରଧାନମନ୍ତ୍ରୀଙ୍କ ଓଡିଶାବାସୀଙ୍କ ସହ ସହଭାଗୀ ହେବାର ନିଷ୍ଠାର ପ୍ରମାଣ ବୋଲି ଶ୍ରୀ ମହାନ୍ତି  କହିଛନ୍ତି ।

ତୁରନ୍ତ ରିଲିଫ ପାଇଁ ୫୦୦ ଟଙ୍କାର ତତକାଳୀନ ସହାୟତା ନିଜେ ପ୍ରଧାନମନ୍ତ୍ରୀ ଓଡିଶାରୁ ଦିଲ୍ଲୀ ବାହାରିବା ପୂର୍ବରୁ ଘୋଷଣା
କଲେ।ଏହାସହ ରାଜ୍ୟର କ୍ଷୟକ୍ଷତିର ଆକଳନ ରାଜ୍ୟ ସରକାର ପ୍ରସ୍ତୁତ କରିବା ପରେ କେନ୍ଦ୍ରୀୟ ଟିମ୍ ଆସି ଅନ୍ୟାନ୍ୟ ସହାୟତା
ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ବାସଗୃହ, କୃଷି, ଶକ୍ତି, ଯୋଗାଯୋଗ ତଥା ଭିତିଭୂମି ବିକାଶ କ୍ଷେତ୍ରରେ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି ।  କରୋନା ସମୟରେ ପ୍ରଧାନମନ୍ତ୍ରୀ ଯେପରି ଭାବରେ ଓଡିଶାବାସୀଙ୍କ ସହ ଠିଆ ହୋଇଥିଲେ ଅମ୍ଫନ ଭଳି ଦୁର୍ବିପାକ ସମୟରେ  ମଧ୍ୟ ଠିକ୍ ସେହିପରି ଠିଆ ହୋଇଛନ୍ତି । କରୋନା ପାଇଁ ପାଖାପାଖି ୩ ମାସ ବା ଦୀର୍ଘ ୮୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରୁ ବାହାରି ନଥିବା  ପ୍ରଧାନମନ୍ତ୍ରୀ ପ୍ରଥମ ଗସ୍ତରେ ପୂର୍ବ ଭାରତକୁ ଆସିବା ଓ ଏଥିରେ ଓଡିଶା ପାଇଁ ବିଶେଷ ଧ୍ୟାନ ଦେବା ତାଙ୍କର ରାଜ୍ୟ ପ୍ରତି ଥିବା  ଦରଦର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love