ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ଉପରେ  ଗୁରୁତ୍ୱ ଦେଉଛନ୍ତି: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର, ୨୩/୦୫/: ୧୯୯୯ ମହାବାତ୍ୟା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି ।  ଫାଇଲିନ୍‌, ହୁଡହୁଡ୍‌, ତିତ୍‌ଲି, ଫନି ବର୍ତ୍ତମାନ ଅମ୍ପନର ସଫଳ ମୁକାବିଲା କରି ବିଶ୍ୱ, ଦେଶ ଓ ରାଜ୍ୟବାସୀଙ୍କ ଦ୍ୱାରା ରାଜ୍ୟ ସରକାର ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।ଗଲା ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓଡିଶା ଆସି ଏହାର ମୁକାବିଲାରେ ନବୀନ ପଟ୍ଟନାୟକ ସରକାରଙ୍କ ବାତ୍ୟା ବିପର୍ଯ୍ୟୟ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ଓଡିଶାର ବାତ୍ୟା ବିପର୍ଯ୍ୟୟ ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି  ମାନ୍ୟବର ପ୍ରଧାନମନ୍ତ୍ରୀ କହିଥିଲେ । ଗଲାକାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ଅମ୍ପନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ  ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏହି ସମୟରେ ରାଜ୍ୟବାସୀ ଦୁଇଟି  ବିପର୍ଯ୍ୟୟର ମୁକାବିଲା କରୁଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ମାନ୍ୟବର  ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏଭଳି ଏକ ବିପଦ ସମୟ ଯେଉଁଠି ରାଜ୍ୟବାସୀ ଦୁଇ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି।

ସେଠାରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀଙ୍କ ରାଜନୈତିକ ବୟାନବାଜୀ ଆଦୌ ଗ୍ରହଣୀୟ କିମ୍ବା ସ୍ଫୃହଣୀୟ ନୁହେଁ। ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗଣମାଧ୍ୟମରେ ତାଙ୍କର ପ୍ରାରମ୍ଭିକ  ପ୍ରତିକ୍ରିୟା ଜଣାଇଛନ୍ତି ।

Spread the love